ଧରାକୋଟ :-
ଧରାକୋଟ ଗଡ ଅବସ୍ଥିତ ନବଶାସନ ଅନ୍ତର୍ଗତ ତିଳୋତ୍ତମାଦେଇ ପୁର ଶାସନ ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ପୀଠ ସମ୍ମୁଖ ରେ ଥିବା ପ୍ରଭୁ ବୈଦ୍ୟନାଥ ମହାଦେବ ଙ୍କ ପୀଠ ରେ ଗତ ରବିବାର ଦିନ ସମଗ୍ର ବିଶ୍ଵ ର କଲ୍ୟାଣ ସକାଶେ ଏକ ଲକ୍ଷ ଆଠ ବେଲପତ୍ର ଅର୍ପଣ ସହିତ ସତରୁଦ୍ରାଭିସେକ ଏବଂ ବେଦପାଠ ସହିତ ହୋମଯଜ୍ଞ ଏବଂ ଭଗବାନ ବିଷ୍ଣୁ ଙ୍କ ଦଶାବତାର ବଡ଼ସିଂହାର ଗାଥା ଓ ଭଜନ କୀର୍ତ୍ତନ ଗାୟନ ର ଆୟୋଜନ କରାଯାଇଥିଲା। ପରିଶେଷ ରେ ଠାକୁର ଙ୍କ ଆଳତି ର ଆଶିଷ କୃପା ଲାଭ କରିବା ସହ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ।
ଏଥି ସକାଶେ ଧରାକୋଟ ନବଶାସନ ସ୍ଥିତ ବ୍ରାହ୍ମଣ ମଣ୍ଡଳୀ ଓ ବାହାରୁ ମଧ୍ୟ ବହୁ ବିଦ୍ୱାନ୍ ପଣ୍ଡିତ ମାନେ ସ୍ଵଚିତ ରେ ଉପସ୍ଥିତ ରହି ବେଦଧ୍ବନି ସହ ପୂଜାକର୍ମ ଓ ହୋମବିଧି କରିବା ସହ ଦେବ ଦେବ ମହାଦେବ ଙ୍କ ଏକାକ୍ଷର ଓଁ ନମଃ ଶିବାୟ ମନ୍ତ୍ର ଦ୍ଵାରା ଏକ ଲକ୍ଷ୍ୟ ଆଠ ବେଲପତ୍ର କୁ ମହାଦେବ ବୈଦ୍ୟନାଥ ଙ୍କ ଶକ୍ତିରେ ଅର୍ପଣ କରିଥିଲେ। ଓ ପ୍ରଫୁଲ୍ଲ ମନ ରେ ସମଗ୍ର ବିଶ୍ବ ର କଲ୍ୟାଣ କାମନା କରିଥିଲେ । ଶ୍ୟାମଘନପୁର ଶାସନ ଓ ତିଳୋତ୍ତମାଦେଇପୁର ଶାସନ ଉଭୟ ଗ୍ରାମବାସି ଙ୍କ ଦ୍ଵାରା ଏହି କାର୍ଯ୍ୟ ଟି ଆୟୋଜିତ କରାଯାଇଥିଲା ତା ସହ ସମସ୍ତ ବ୍ରାହ୍ମଣ ମଣ୍ଡଳୀ ଏବଂ କିଛି ଭକ୍ତଗଣ ମାନଙ୍କ ସହଯୋଗ କ୍ରମେ ଉକ୍ତ ମାଙ୍ଗଳିକ କାର୍ଯ୍ୟ ଟି ସୁଚାର ରୂପେ ସମ୍ପନ୍ନ ହୋଇଥିଲା। ଯାହା ଦ୍ଵାରା ଦୁଇ ଗ୍ରାମବାସୀ ମାନେ ଉପସ୍ଥିତ ଥିବା ସମସ୍ତ ବ୍ରାହ୍ମଣଦେବତା ମାନଙ୍କୁ ଏବଂ ଭକ୍ତବୃନ୍ଦ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ ଏବଂ ଆମ ଗଣ ମାଧ୍ୟମ କୁ ବି ଧନ୍ୟବାଦ ଜ୍ଞାପନ କରିଥିଲେ।