ଝାରସୁଗୁଡା :-
ଝାରସୁଗୁଡ଼ା ୱାର୍ଡ ନମ୍ବର ୩ ଅର୍ନ୍ତଗତ ମାରୱାଡ଼ିପଡା ରେ ଥିବା ମହାପ୍ରଭୁ ବନ୍ଧ ର ପୁନଉଦ୍ଧାର କାର୍ଯ୍ୟ ଆରମ୍ଭ।ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ପ୍ରଚେଷ୍ଟା ରେ ଏହି ପୋଖରୀ ର ପୁନଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୀର୍ଘ ୧୦ ରୁ ଉର୍ଦ୍ଧ ବର୍ଷ ହେବ ପୋଖରୀ ର କୁ ପୋତିବାକୁ ବିଭିନ୍ନ ପ୍ରକାର ର ଷଡ଼ଯନ୍ତ୍ର ହୋଇଥିଲା।ତେବେ ଏ ନେଇ ଝାରସୁଗୁଡ଼ା ୱାର୍ଡ ନମ୍ବର ୩ ର କାଉନସିଲର ବନ୍ଦନା ମୁନ୍ଦ୍ରା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ପୋଖରୀ ବିଷୟ ରେ ଅବଗତ କରାଇଥିଲେ।ପରେ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ଙ୍କୁ ସହିତ ଆଲୋଚନା କରି ଝାରସୁଗୁଡ଼ା ମାରୱାଡ଼ି ପଡା ସ୍ଥିତ ଥିବା ପୋଖରୀ କୁ ପୁନଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପରେ ଆଜି ସେଠାରେ ପୁଜା କରିବା ସହିତ ଆଜି ଠାରୁ ପୋଖରୀ ପୁନଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।ତେବେ ଆଗକୁ ବର୍ଷା ମାସ ଥିବା ହେତୁ ପୋଖରୀ କାମ ଖୁବ୍ ଶୀଘ୍ର ସାରିବାକୁ ବିଧାୟକ ପୌର ପରିଷଦ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ତାହା ସହିତ ଆଗାମୀ ଦିନରେ ପୋଖରୀ କୁ ନେଇ ସ୍ୱତନ୍ତ୍ର ଯୋଜନା ପ୍ରସୂତ କରାଯିବା ସହ ପୋଖରୀ କୁ ଏକ ସୁନ୍ଦର ସ୍ଥଳୀ ଭାବେ ତିଆରି କରାଯିବ ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।ଆଜିର ଏହି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ପ୍ରତିନିଧି ହିସାବ ରେ ବିମଳେନ୍ଦୁ ଭୋଳ ଯୋଗ ଦେଇଥିବା ବେଳେ ଝାରସୁଗୁଡ଼ା ଉପ ନଗରପାଳ ବେଣୁ ଗୋପାଳ ପାଣିଗ୍ରାହୀ ,୩ ନମ୍ବର ୱାର୍ଡ ର କାଉନସିଲର ବନ୍ଦନା ମୂନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।