Type Here to Get Search Results !

ଅଲୋଡ଼ା ତହସିଲ ବିଲଡିଙ୍ଗ ହେଉଛି କଲର, କଲର ଆଳରେ ହେଉଛି ଲକ୍ଷ ଲକ୍ଷ ଟଙ୍କା ବିଲ

 


ପିପିଲି :- 

 ପୁରୀ ଜିଲ୍ଲା ପିପିଲି ତହସିଲର ଅଲୋଡ଼ା ବିଲଡିଙ୍ଗରେ ହେଉଛି ରଙ୍ଗ ବୋଳା କାର୍ଯ୍ୟ। ଏହି ରଙ୍ଗ ବୋଳା କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ବିଲ ହେଉଥିବା ନେଇ ଉଠିଛି ବିଭିନ୍ନ ପ୍ରଶ୍ନ।  ଉକ୍ତ ରଙ୍ଗ ବୋଳା କାହା ନିର୍ଦେରେ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି ପିପିଲି ଅଞ୍ଚଳ ବାସି। 2002 ମସିହାରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ବିରୋଧୀ ନେତା ଶ୍ରଯୁକ୍ତ ନବୀନ ପଟ୍ଟନାୟକ ଙ୍କ କରକମଳରେ ପିପିଲି ତହସିଲରେ ଲକ୍ଷାଧିକ ଟଙ୍କା ବ୍ୟୟ ବରଦାରେ ବିଲଡିଙ୍ଗ ନିର୍ମାଣ ହୋଇ ଥିବା ବେଳେ ଏହାକୁ ମାନ୍ୟବର ପୂର୍ବତ୍ତନ ମୁଖ୍ୟ ମନ୍ତ୍ରୀ। 


ସେ ସମୟର ମାନ୍ୟବର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ। .ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଦିବଙ୍ଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ଜିଲ୍ଲାପାଳ ଦିଗାମ୍ବର ମହାନ୍ତି. ପିପିଲି ତହସିଲଦାର ପି. କେ ମହାନନ୍ଦିଆ ଉଦଘାଟନ କରି ଥିଲେ। ଉକ୍ତ ବିଲଡିଙ୍ଗ ଉଦଘାଟନ ଦିବସରୁ କୌଣସି କାର୍ଯ୍ୟରେ ଆସୁ ନଥିବା ଯୋଗୁ ଏହା ପରି ତ୍ୟକ୍ତ ଅବସ୍ଥରେ ରହି ଜରାଜୀର୍ଣ୍ଣ ଅବସ୍ଥରେ ପଡି ରହି ଅଛି। ଯାହାକି ଅସାମାଜିକ ବ୍ୟକ୍ତି ଓ ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି। ଏହି ପରିତ୍ୟକ୍ତ ବିଲଡିଙ୍ଗ ପ୍ରତି କି କାର୍ଯ୍ୟ ରହି ଅଛି ଯେ ଏଥିରେ କଲର ବୋଳା ଯାଇ ସରକାରୀ ଅର୍ଥ ହଡପ କରାଯାଉଛି। ତେଣୁ ଏଦିଗରେ ଏକ ତଦନ୍ତ କାରି ସଂସ୍ଥା ଦ୍ୱାରା ତଦନ୍ତ କରାଗଲେ ସରକାରୀ ଅର୍ଥର ଦୁରୁପ ଯୋଗ ଲୋକ ଲୋଚନକୁ ଆସି ପାରନ୍ତା ବୋଲି ସାଧାରରେ ଦାବୀ ହେଉଛି। 

Post a Comment

0 Comments
* Please Don't Spam Here. All the Comments are Reviewed by Admin.