ଗତ ଦଶକ ମଧ୍ୟରେ ୫ଜି ସ୍ମାର୍ଟଫୋନ୍ ନିର୍ମାଣରେ ଭାରତ ହାସଲ କରିଛି ବିଶାଳ ସଫଳତା । ଆରମ୍ଭରେ ବିଶେଷଜ୍ଞମାନେ କହୁଥିଲେ ଯେ, ସ୍ମାର୍ଟଫୋନ୍ ନିର୍ମାଣ ଭାରତ ଦ୍ୱାରା ସମ୍ଭବ ନୁହେଁ । ଚୀନ୍ ସହ ପ୍ରତିଯୋଗିତା କରି ସ୍ମାର୍ଟଫୋନ୍ ଉତ୍ପାଦନ କରିବା ଏବଂ ତାହାକୁ ଅନ୍ୟ ଦେଶଗୁଡ଼ିକୁ ରପ୍ତାନି କରିବା ଭାରତ ପାଇଁ କଷ୍ଟକର ହେବ ବୋଲି ଏମାନେ କହି ଆସୁଥିଲେ । କିନ୍ତୁ ଭାରତ ତାହାକୁ ଭୁଲ ପ୍ରମାଣିତ କରିଛି ଏବଂ ସ୍ମାର୍ଟଫୋନ୍ ଉତ୍ପାଦନରେ ଚୀନ୍କୁ ଏହା ଦେଇଛି ତଗ୍ଡ଼ା ଝଟ୍କା । ଆମେରିକାକୁ ପଛରେ ପକାଇ ଏହା ବିଶ୍ୱର ଦ୍ୱିତୀୟ ବୃହତ୍ ୫ଜି ସ୍ମାର୍ଟଫୋନ୍ ଉତ୍ପାଦନକାରୀ ପାଲଟିଛି । ପ୍ରକାଶଯୋଗ୍ୟ, ୫ଜି ହ୍ୟାଣ୍ଡ୍ସେଟ୍ ସିପ୍ମେଣ୍ଟରେ ଆପଲ ଗ୍ଲୋବାଲ ଲିଡର ରହିଛି । ବିଶ୍ୱ ୫ଜି ସ୍ମାର୍ଟଫୋନ୍ ବଜାରରେ ଏହାର ଅଂଶ ପ୍ରାୟ ୨୫% ରହିଛି । ଏହା ପରେ ଦ୍ୱିତୀୟ ସ୍ଥାନରେ ରହିଛି ସାମ୍ସଙ୍ଗ୍ । ତୃତୀୟ ସ୍ଥାନରେ ସାଓମି ରହିଥିବା ଜଣାପଡ଼ିଛି । ଭାରତରେ ମୋଟ ୧୦ଟି ସ୍ମାର୍ଟଫୋନ୍ ବ୍ରାଣ୍ଡ ଦ୍ରୁତ ଗତିରେ ୫ଜି ସ୍ୱାର୍ଟଫୋନ ଉତ୍ପାଦନ କରୁଛନ୍ତି । ବରିଷ୍ଠ ବିଶେଷଜ୍ଞ ପ୍ରାଚୀର ସିଂହ କୁହନ୍ତି, ଭାରତରେ ୫ଜି ନେଟ୍ୱର୍କର ଉପଲବ୍ଧତା ସହ ୫ଜି ସ୍ମାଟଫୋନ୍ର ଚାହିଦା ବଢ଼ିଛି । ଏ ବର୍ଷର ପ୍ରଥମ ୬ ମାସରେ ୫ଜି ହ୍ୟାଣ୍ଡ୍ସେଟ୍ ନିର୍ମାଣରେ ଭାରତ ଆମେରିକାକୁ ଅତିକ୍ରମ କରିଛି ।