Type Here to Get Search Results !

ମିଶନାରି ସ୍କୁଲ କୁ ଝାରସୁଗୁଡା ଅଭିଭାବକ ସଙ୍ଘ ର ତାଗିଦ..!!


ଝାରସୁଗୁଡା :-

ଝାରସୁଗୁଡା ଅଭିଭାବକ ମହାସଂଘ ତରଫରୁ ଜିଲ୍ଲା ଅଭିଭାବକ ମହାସଂଘର ସଭାପତି ଦେବାନନ୍ଦ ବାରିକ, କାର୍ଯ୍ୟକାରୀ ସଭାପତି ବସନ୍ତ ପଣ୍ଡା, ଶ୍ରୀମତୀ ନିମ୍ମି ଏମ ଓମେନ ଙ୍କ ନେତୃତ୍ୱ ରେ ବିଟିଏମ ସ୍ଥିତ ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ରେ ଅଚାନକ ପରିଦର୍ଶନ କରିଥିଲେ। ସୂଚନା ଥାଉ କି ମହାସଂଘ ଗତକାଲି ଏକ ସୂଚନା ହସ୍ତଗତ ହୋଇଥିଲା ଯେ ଆଜି ସକାଳ 8am ରୁ 10 am ଟା ପର୍ଯ୍ୟନ୍ତ ସ୍କୁଲ ଅଭିଭାବକ ଙ୍କ ସହ ମିଟିଂ ରଖାଯାଇଥିଲା ଏବଂ ଛାତ୍ର ଛାତ୍ରୀଙ୍କ ଖାତା ଦେଖିବା ସହ ବକେୟା ଫୀସ ଦେବାପାଇଁ ଏହି ମିଟିଂ ଟି ରଖା ଯାଇଥିଲା, ଯାହାକି ଆଜି ଗଣେଶ ଚତୁର୍ଥୀ ଏବଂ ଛୁଟି ଦିନ ହୋଇଥିବାରୁ, ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ କିପରି ଖୋଲାଗଲା? ତେଣୁ ଝାରସୁଗୁଡା ମହାସଂଘ ଏହାର ସତ୍ୟାସତ୍ୟ ତଦାରଖ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ ତୁରନ୍ତ ଅଚାନକ ପରିଦର୍ଶନ (surprise visit)କରିବା ପାଇଁ ନିଷ୍ପତ୍ତି ନିଆଗଲା। ଅଭିଭାବକ ମହାସଂଘ ଅଚାନକ ପରିଦର୍ଶନ ରେ ପହଞ୍ଚିଲା ପରେ ଅନେକ ଅଭିଭାବକ ଙ୍କ ସହିତ ଆଲୋଚନ କରିଥିଲେ କାରଣ ସାରା ଦେଶରେ ଗଣେଶ ଚତୁର୍ଥୀ ପାଇଁ ଛାତ୍ର ଛାତ୍ରୀ ଙ୍କୁ ଛୁଟି ଦିଆଯାଏ ଏବଂ ବିଶେଷ କରି ଗଣେଶ ପୂଜା ଏବଂ ସରସ୍ବତୀ ପୂଜା ଛାତ୍ର ଛାତ୍ରୀଙ୍କ ମୁଖ୍ୟ ପୂଜା ହେବା ଦ୍ୱାରା ତାଙ୍କର ସମସ୍ତ ବିଦ୍ୟାପୀଠ ମାନଙ୍କରେ ଏହା ପାଳନ କରାଯାଏ। ତେଣୁ କିପରି ଉକ୍ତ ବିଦ୍ୟାଳୟ ରେ ଛୁଟି ଦିନରେ ପିଲାଙ୍କୁ ଅଭିଭାବକ ମିଟିଙ୍ଗ କରାଗଲା ସେହି ବିଷୟ ନେଇ ସେହି ବିଦ୍ୟାଳୟ ର ଅଧ୍ୟକ୍ଷା ଅର୍ଚ୍ଚନା ସିଷ୍ଟର ଙ୍କୁ ମହାସଂଘ ତରଫ ରୁ ତାଗିଦ ମଧ୍ୟ୍ୟ କରାହେଲା ଯଦ୍ୱାରା ସ୍କୁଲ ଅଧ୍ୟକ୍ଷା ଅର୍ଚ୍ଚନା ସିଷ୍ଟର କ୍ଷମା ମାଗିବା ସହ ଆସନ୍ତା ଦିନରେ ଏଭଳି ଭୁଲ ହେବନାହିଁ ବୋଲି ସେ ସଙ୍ଘ କୁ ଆଶ୍ୱାସନା ଦେବା ସହ ଭାରତର କୌଣସି ପର୍ବ ପର୍ବାଣୀ ରେ ସରକାର ଙ୍କ ନିୟାନୁଯାୟୀ ବିଦ୍ୟାଳୟ ବନ୍ଦ କରିବାକୁ ମଧ୍ୟ୍ୟ ତାଗିଦ କରାଯାଇଛି। ଆସନ୍ତା ଦିନରେ ଯେପରି କୌଣସି ଶିକ୍ଷନୁଷ୍ଠାନ ଛୁଟି ଦିନରେ ଛାତ୍ର ଛାତ୍ରୀ କିମ୍ବା ଅଭିଭାବକ ଙ୍କୁ କୌଣସି ପ୍ରକାରର ହଇରାଣ ନ କରୁ ସେଥିପ୍ରତି ମହାସଂଘ ତୀକ୍ଷ୍ଣ ନଜର ରଖିବା ସହ ଭାରତ ର କଳା ସଂସ୍କୃତି ଏବଂ ଅସ୍ଥା କୁ ବଞ୍ଚାଇବାକୁ ଏହା ଏକ ବିଶେଷ ପ୍ରୟାସ ସହ ଶିକ୍ଷା ର ମାନଦଣ୍ଡ କିପରି ଉନ୍ନତ ମାନର ହେବ ବୋଲି ମହାସଂଘ ର ପ୍ରୟାସ ଜାରି ରହିବ। ଏହି ବିଦ୍ୟାଳୟ ଅଚାନକ ପରିଦର୍ଶନ ରେ ଓଡିଶା ଅଭିଭାବକ ମହାସଂଘ ଝାରସୁଗୁଡା ଶାଖା ର ବିପ୍ର ସାହୁ, ଗିରିଜା ଶଙ୍କର ହୋତା, ସନ୍ତୋଷ କୁମାର ପାଣି, ଅଶୋକ ନାୟକ ସୀମା ଵିଶାଲ, ସତ୍ୟ ମହାନ୍ତି ଙ୍କ ସହିତ ସଙ୍ଘ ର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.