Type Here to Get Search Results !

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ..

 

ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ସହିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ସାମ୍ନାକୁ ଆସିଛି। ମିଳିଥିବା ଚିଠି ଅନୁସାରେ ଗୁଜରାଟ ଅହମ୍ମଦାବାଦରୁ ସକାଳ ୯ଟା୧୫ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ୩୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ। ୧୧ଟା ୪୦ ମିଟନିରେ ବିମାନବନ୍ଦରରୁ ଜନତା ମଇଦାନ ଅଭିମୁଖେ ଯାତ୍ରା କରି ୧୧ଟା ୫୫ରେ ପହଁଞ୍ଚିବେ ମୋଦି। ପରେ ୧ ଘଣ୍ଟା ଧରି ଜନତା ମଇଦାନରେ ରହିବେ ପ୍ରଧାନମନ୍ତ୍ରୀ। ସେହି ସମୟରେ ସୁଭଦ୍ର ଯୋଜନାର ଶୁଭାରମ୍ଭ କରିବା ସହିତ ଅନେକ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିବେ ମୋଦି। ପରେ ଦିନ ୧ଟା ୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବେ ମୋଦି। ୧ଟା ୨୫ରୁ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବେ ପ୍ରଧାନମନ୍ତ୍ରୀ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.