ଝାରସୁଗୁଡା
ଆଗାମୀ ଅଗଷ୍ଟ ୨୩ ତାରିଖରେ ହେବାକୁଥିବା ପିସି ବେହେରା ମେମୋରିଆଲ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ ପାଇଁ ଆଜି ଝାରସୁଗୁଡା ରୁ ୨୦ ଜଣ ମହିଳା ଫୁଟବଲ ଖେଳାଳି ଇସ୍ପାତ ଟ୍ରେନ ଯୋଗେ ବରଗଡ ଗସ୍ତ କରିଛନ୍ତି। ଆଜି ସେମାନଙ୍କ ସହିତ ଟିମ ମ୍ୟାନେଜର ଶ୍ରୀ ସୁଶାନ୍ତ ମହାନ୍ତି ତଥା କୋଚ ସୁଶ୍ରୀ ପ୍ରିୟଙ୍କା କିଷାନ ମଧ୍ୟ ବରଗଡ଼ ଗସ୍ତ କରିଛନ୍ତି। ଏହି ଅବସରରେ ଜିଲ୍ଲା ଆଥଲେଟିକ ଏସୋସିଏସନ ପକ୍ଷରୁ ଶ୍ରୀ ତାପସ ରାୟ ଚୌଧୁରୀ ଏବଂ ମାହି ସିଂହ ଖେଳାଳିଙ୍କୁ ଭେଟ ହେବ ସହ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣେଇଥିଲେ। ପ୍ରକାଶ ଥାଉକି ଏହି ଟୁର୍ନାମେଣ୍ଟ ରେ ସମୁଦାୟ ୨୨ ଗୋଟି ଟିମ ଅଂଶ ଗ୍ରହଣ କରୁଛନ୍ତି। ଆସନ୍ତା କାଲି ଅର୍ଥାତ ୨୩ ତାରିଖରେ ଝାରସୁଗୁଡା ଟିମ ସହ ଖୋର୍ଦ୍ଧା ଟିମ ର ମୁକାବିଲା ହେବାକୁ ଯାଉଛି। ବ୍ୟୁରୋ ରିପୋର୍ଟ

