ସୁନ୍ଦରଗଡ:-
ଏନଟିପିସି ଦର୍ଲିପାଲିରେ କ୍ୟୁସିଏଫଆଇ ଦ୍ଵାରା ୨୧ ଅଗଷ୍ଟ ୨୦୨୪ରେ ପ୍ରଥମ ୫-ଏସ ସର୍ଭିଲାନ୍ସ ଅଡିଟ୍ କରାଯାଇଥିଲା | ଏହି ୫-ଏସ ଅଡିଟ କ୍ୟୁସିଏଫଆଇ ବାରାଣାସୀ ଦଳ ଦ୍ୱାରା କରାଯାଇ ଥିଲା | ୫-ଏସ ଅଡିଟର ଅରୁଣ ମୋୟ ଚକ୍ରବର୍ତ୍ତୀ ଏବଂ କ୍ୟୁସିଏଫଆଇ ସଚିବ ଶ୍ରୀମତୀ ଅରୁଣା ସିଂ ତିନି ଦିନିଆ ଅଡିଟ୍ କରିଥିଲେ। ନଭେମ୍ବର ୨୦୨୩ ରେ ଏନଟିପିସି ଦର୍ଲିପାଲିକୁ କ୍ୱାଲିଟି ସର୍କଲ୍ ଫୋରମ୍ ଅଫ୍ ଇଣ୍ଡିଆ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇଛି | ୫-ଏସ ର ସାର୍ଟିଫିକେଟ୍ ୩୦ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବୈଧ ଅଟେ ଏବଂ ଏହାକୁ ପ୍ରତି ଛଅ ମାସରେ କ୍ୟୁସିଏଫଆଇ ଦ୍ୱାରା ନବୀକରଣ କରିବାକୁ ହେବ | ତିନି ଦିନିଆ ଅଡିଟ୍ ସମୟରେ ଏନଟିପିସି ଦର୍ଲିପାଲିକୁ ୧୬ଟି ଜୋନ୍ ଅଡିଟ୍ କରାଯାଇଥିଲା | ଏହାପୂର୍ବରୁ ଗତ ବର୍ଷ ନଭେମ୍ବରରେ କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ ଦ୍ୱାରା ଏନଟିପିସି ଦର୍ଲିପାଲିଙ୍କୁ ଏକ ପ୍ରମାଣପତ୍ର ଦିଆଯାଇଥିଲା। ଉଭୟ ଓଏଣ୍ଡଏମ ବିଭାଗ ଏବଂ ଅଣ ଓଏଣ୍ଡଏମ ବିଭାଗରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଦଳକୁ ୫-ଏସ ନିୟୋଜନ ଟ୍ରଫି ପ୍ରଦାନ କରାଯାଇଥିଲା | ପ୍ରକଳ୍ପ ମୁଖ୍ୟ ହର୍ଷ ନାଥ ଚକ୍ରବର୍ତ୍ତୀ, ସାଧାରଣ ପରିଚାଳକ (ଓ ଏଣ୍ଡ ଏମ )ହରେ ରାମ ସିଂ ସମେତ ସମସ୍ତ ବିଭାଗୀୟ ମୁଖ୍ୟ, ସମସ୍ତ ୫- ଏସ ଜୋନ୍ ଲିଡର ଏବଂ ସବ୍ ଜୋନ୍ ଲିଡର ଉପସ୍ଥିତ ଥିଲେ l ଏଜିଏମ (ବିଇ) ଦେବାଶିଷ ରାୟ ବର୍ମlନ୍ ବୈଠକରେ ସଂଯୋଜନା କରିଥିଲେ l

