Type Here to Get Search Results !

ବାଲଟିରେ ପିଟି ପ୍ରଥମ ପତ୍ନୀଙ୍କୁ ମାରିଦେଲେ: ଦ୍ବିତୀୟ ସ୍ତ୍ରୀ ଓ ସ୍ବାମୀ ଥାନାରେ ଅଟକ

 


ନୂଆପଡ଼ା:-

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଦହନାପାଳୀ ଗ୍ରାମ ନିକଟସ୍ଥ ଜାମଗାଁରେଏକ ଅଭାବନୀୟ ଘଟଣା ଘଟିଛି। ଉପରୋକ୍ତ ଗ୍ରାମର ହେରେମ୍ୱ ଜଗତଙ୍କ ଦୁଇ ଜଣ ସ୍ତ୍ରୀ ରହିଛନ୍ତି। ଗୋଟିଏ ଘରେ ଦୁଇ ସ୍ତ୍ରୀ ଥିବା ବେଳେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଦ୍ବିତୀୟ ସ୍ତ୍ରୀ ମାଧୁରୀ ଦେଇ, ପ୍ରଥମ ସ୍ତ୍ର ବାରୁଣୀ ଜଗତଙ୍କ ମୁଣ୍ଡ ଉପରକୁ ଏକ ଷ୍ଟିଲ ବାଳଟିରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ସେ ଲହୁଲୁହାଣ ହୋଇଥିଲେ। ସାମାନ୍ୟ ଚିକିତ୍ସା କରି ଔଷଧ ସେବନ ପରେ ଘରେ ସେ ରହିଯାଇଥିଲେ। ହଠାତ୍ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସମସ୍ୟା ଦେଖାଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ବୋଡ଼େନ ଥାନା କେଶ ନମ୍ୱର୍ ୧୭୭/୦୫.୦୮.୨୦୨୪ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରିଥିଲେ। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଦଳ ଯାଇ ଘଟଣାର ତଦନ୍ତ ପରେ ଦ୍ବିତୀୟ ସ୍ତ୍ରୀ ଓ ସ୍ବାମୀଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଉଭୟେ ହତ୍ୟା ଘଟଣା ସମ୍ପୃକ୍ତ ଥିବା ନେଇ ଖଡ଼ିଆଳ ଏସଡ଼ିପିଓ ଅଭିଷେକ ଅରୂପ ବେହେରା ପ୍ରକାଶ କରିଛନ୍ତି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.