ନୂଆଦିଲ୍ଲୀ:-
ଉତ୍ତର ପ୍ରଦେଶ ଅଯୋଧ୍ୟାର ଜଣେ ୧୨ବର୍ଷର ନାବାଳିକାଙ୍କୁ ସମାଜବାଦୀ ପାର୍ଟିର ନେତା ତଥା ଭଧରସା ନଗରରେ ଏକ ବେକେରୀ ଦୋକାନ ଚଲାଉଥିବା ମୋଇଦ ଖାନ ଓ ତାଙ୍କ ସହାୟକ ରାଜୁ ଖାନ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୋଗ ହୋଇଥିଲା।
ପୀଡ଼ିତା ଜଣକ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟି(ଏସପି) ମୁଖ୍ୟ ଅଖିଳେଶ ଯାଦବ ଅଯୋଧ୍ୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଡିଏନଏ ଟେଷ୍ଟ କରାଯାଉ ବୋଲି ଦାବି କରିଥିଲେ।
ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଅଭିଯୁକ୍ତ ମୋଇଦ ଖାନ ଓ ରାଜୁ ଖାନଙ୍କୁ ଗିରଫ କରାଯାଇଛି। ଦୁଷ୍କର୍ମ ପୀଡ଼ିତା ୧୨ ସପ୍ତାହର ଗର୍ଭବତୀ ଥିଲେ। ତେଣୁ ପରିବାରଲୋକଙ୍କ ସହମତି କ୍ରମେ ଡାକ୍ତର ପୀଡ଼ିତାଙ୍କ ଗର୍ଭନଷ୍ଟ କରିବା ସହିତ ଡିଏନଏ ପରୀକ୍ଷା ପାଇଁ ତାଙ୍କ ଭୃଣର ନମୂନା ସଂଗ୍ରହ କରିଛନ୍ତି। ଏବେ ପୀଡ଼ିତା ସୁସ୍ଥ ଅଛନ୍ତି ବୋଲି ପୀଡ଼ିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।

.jpeg)
