ଓଡ଼ିଶାକୁ ଆସିଲା ପଶ୍ଚିମବଙ୍ଗର ଆଳୁ । ସୀମାନ୍ତରେ ଥିବା ଆଳୁ ଟ୍ରକ ଗୁଡ଼ିକ ଓଡ଼ିଶାରେ ପ୍ରବେଶ କରିଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଳୁ ବ୍ୟବସାୟୀଙ୍କ ଆଲୋଚନା ସଫଳ ହେବା ପରେ ସୀମାନ୍ତରେ ଅଟକି ରହିଥିବା ଆଳୁ ଟ୍ରକ ଓଡ଼ିଶାରେ ପହଞ୍ଚିଛି । ପଶ୍ଚିମବଙ୍ଗ ସୀମାନ୍ତରେ ନାକା ପଏଣ୍ଟର ବ୍ଯାରିକେଡ୍ କୁ ହଟାଇ ଦିଆଯାଇଛି ।
କିଛି ଦିନ ଧରି ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି । ଏଯାଏ ସଂପୂର୍ଣ୍ଣ ଦୂର ହେଉନି ଆଳୁ ସଙ୍କଟ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନି କି ପଶ୍ଚିମବଙ୍ଗରୁ ଆମଦାନୀ ପୁରା ସ୍ବାଭାବିକ ହୋଇନି । ତେବେ ଆଳୁ ସଙ୍କଟ ଦୂର ପାଇଁ ଗତ ଅଗଷ୍ଟ ୧୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଟେଲିଫୋନ ଯୋଗେ ମମତାଙ୍କ ସହ ଆଲୋଚନା କରି ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।
