ଗଞ୍ଜାମ ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ସହ ତେଲ ଟ୍ୟାଙ୍କର ଧକ୍କା । ରାସ୍ତା କଡ ଚା ଦୋକାନ ଉପରକୁ ମାଡ଼ିଗଲା ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଚା ଦୋକାନରେ ଚା ପିଉଥିବା ୩ଜଣ ଓ ବସର ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
