Type Here to Get Search Results !

ଅଳିଆ ଗଦାରୁ ପାଇଥିଲେ ଝିଅକୁ,୨୫ ବର୍ଷ ପରେ ଝିଅ ଏହିପରି ଭାବେ ସୁଝେଇଲା ଋଣ

 


ଜୀବନ କେବେ କେମିତି ବଦଳିଯାଏ କାହାକୁ କିଛି ଜଣାପଡେନି । ମଣିଷକୁ ଭଗବାନ ବନେଇଛନ୍ତି ଗୋଟେ ମଣିଷ ଆଉଗୋଟେ ମଣିଷକୁ ସାହାଯ୍ୟ କରିବା ପାଇଁ । ହେଲେ କିଏ ନିଜ କର୍ତ୍ତବ୍ୟ ପାଳନ କରେ ତ କିଏ ପଛ ଘୁଞ୍ଚା ଦେଇ ଥାଏ । ଆଜିର ଏହି ଘଟଣା କିଛି ଏହିଭଳି ଅଟେ । ସୋବରନ ନିଜ ଠେଲା ଅଟକେଇକି ଅଳିଆ ଗଦାରେ ଗୋଟେ ଛୋଟ ଝିଅ କାନ୍ଦୁଥିବାର ଦେଖିଲେ ।

ସୋମବାର ଥିଲା ନିଜ ପରିବା ଠେଲା ନେଇକି ଘରକୁ ଆସୁଥିଲେ ସୋବରନ କିଛି ଦୂର ଯିବା ପରେ ତାଙ୍କୁ ଗୋଟେ କାନ୍ଦିବାର ଶବ୍ଦ ଶୁଣିଲେ ।

ସୋବରନ ତାକୁ ନିଜ ଘରକୁ ନେଇଗଲେ । ସୋବରନ ଏପଟେ ସେପଟେ ଦେଖିଲେ ହେଲେ ଯେବେ କେହି ଦେଖା ନ ଦେଲେ ତ ସେ ତାକୁ ନିଜ କୋଳରେ ଉଠେଇ ନେଲେ । ସେବରନଙ୍କ ସେହି ସମୟରେ ବୟସ ୩୦ ବର୍ଷ ଥିଲା । ଆଉ ତାଙ୍କ ବାହାଘର ବି ହେଇନଥିଲା । ସେ ସେହି ଝିଅଟିକୁ ପାଇ ବହୁତ୍ ଖୁସି ଥିଲେ ସେ ତାକୁ ପାଳିବା ଆଉ ବାହାଘର ନ କରିବା ପାଇଁ ନିର୍ଣ୍ଣୟ ନେଲେ ।

ଏହି ଘଟଣା ହେଉଛି ଆସାମର । ସୋବରନ ନିଜ ପେଟ ପାଇଁ ପରିବା ବିକ୍ରି କରୁଥିଲେ । ସୋବରନ କଠିନ ପରିଶ୍ରମ କରି ଝିଅକୁ ପାଠ ପଢେଇଲେ । ସୋବରନ କଠିନ ପରିଶ୍ରମ କରି ଝିଅଟିକୁ ନିଜ ଝିଅ ଭଳି ପାଳିଲେ ଆଉ ଝିଅଟିର ନାମ ରଖିଥିଲେ ଜ୍ୟୋତି । ତାକୁ କେବେ ବି କିଛି ଜିନିଷର ଅଭାବ ପରିଲକ୍ଷିତ ହେବାକୁ ଦେଇନଥିଲେ ।

୨୦୧୩ରେ ଜ୍ୟୋତି କମ୍ପୁଟର ସାଇସ୍ସରେ ସ୍ନାତକ କରି ଜ୍ୟୋତି କଠିନ ପରିଶ୍ରମ କରି ୨୦୧୪ରେ ଆସାମ ଲୋକ ସେବା ଆୟୋଗ ରୁ ପିସିଏସ୍ ର ପରୀକ୍ଷାରେ ସଫଳ ହେଲେ । ଏହାପରେ ତାଙ୍କୁ ଆୟକର ସହାୟକ ପଦରେ ପୋଷ୍ଟିଙ୍ଗ୍ ଦିଆଗଲା । ସୋବରନ ନିଜ ଝିଅକୁ ଦେଖି ଲୁହରେ ଭିଜି ଗଲେ କାରଣ ତାଙ୍କର ସେହି ଝିଅ ତାଙ୍କ ସ୍ୱପ୍ନ ପୂରଣ କରି ଦେଇଥିଲା।

ଆଜି ଜ୍ୟୋତି ନିଜ ବାପାଙ୍କ ସହ ରହୁଛନ୍ତି, ସୋବରନ କୁହନ୍ତି ମୁଁ ଅଳିଆ ଗଦାରୁ ଝିଅ ନୁହଁ ହୀରା ଉଠେଇଥିଲି ଯିଏକି ମୋର ଏହି ବୃଦ୍ଧାବସ୍ଥାରେ ମୋ ସାହାରା ହୋଇଛି । ସେ ତାଙ୍କ ବାପାଙ୍କ ସବୁ ଇଛା ପୂରଣ କରନ୍ତି । ଆଜି ସୋବରନ ନିଜକୁ ଧନ୍ୟ ମନେ କରୁଛି ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.