ବଲାଙ୍ଗିର : -
ଜିଲ୍ଲା ସ୍ତରୀୟ ସମନ୍ଵିତ ସର୍ବେକ୍ଷଣ ଅଭିଯାନ ଏବଂ ଡେଙ୍ଗୁ ନିରାକରଣ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଛି । ପ୍ରତି ଶନିବାର ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପାଳନ ହେଉଥିବା ସ୍ଵଚ୍ଛତା ଦିବସ ରେ ପାଣି ଜମୁଥିବା ସ୍ଥାନ, ଘାସ , ବୁଦା ମାନଙ୍କୁ ପରିଷ୍କାର କରିବା ସହ ମଶା ଯେପରି ଅଣ୍ଡା ଦେଇନପାରେ ସେ ଦିଗରେ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଥିଲେ । ମାଲେରିଆ ଓ ଡେଙ୍ଗୁ ନିରାକରଣ ରେ ଚିହ୍ନଟଙ୍କ ଯଥା ଶୀଘ୍ର ଆରୋଗ୍ୟ ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ଵାରୋପୋ କରିଥିଲେ । ଅତ୍ୟଧିକ ରୋଗୀ ଚିହ୍ନଟ ସ୍ଥାନ ଗୁଡିକୁ ସ୍ଵତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଦେଶ ଦେଇଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ , ଧୂଆଁ ପ୍ରୋୟୋଗ କରୁଥିବା ମେସିନ ଉପଯୋଗ କରିବା ସହ ମୁନିସିପାଲିଟି ସଫେଇ କାର୍ଯ୍ୟ ତ୍ଵରାନିତ୍ଵ କରିବାକୁ କହିଥିଲେ । ନୀଚ ଜାଗାରେ ପାଣି ଜମୁଥିବା ସ୍ଥାନ ଗୁଡିକରେ ବାଲି ପକେଇ ସମତଳ କରିବା, ଆବର୍ଜନାକୁ ଜନ ବସ୍ତି ଠାରୁ ତୁରନ୍ତ ଦୂରେଇ ପକେଇବା ଭଳି ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ମୁଣ୍ଡ ବଥା ତଥା ଜ୍ଵର ହେଲେ ବି ଡେଙ୍ଗୁ ମାଲେରିଆ ପାଇଁ ଟେଷ୍ଟିଙ୍ଗ ପରିମାଣ ବଢେଇବା ଉପରେ ଧ୍ୟାନ ବଢେଇବାକୁ ନିର୍ଦେଶ ଦେଇଥିଲେ । ସେହିପରି ସମନ୍ଵିତ ସ୍ଵାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ତା ଜୁଲାଇ ପହିଲା ରୁ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ବୁଲି ମ୍ୟାଲେରିଆ , ଡେଙ୍ଗୁ , ଡାଇରିଆ , ଯକ୍ଷ୍ମା, କୁଷ୍ଠ ଓ ସମ୍ପୂର୍ଣ୍ଣ ନିରାକରଣ ହୋଇନଥିବା ଶିଶୁ ଏବଂ ହେପାଟାଇଟିସ ପରୀକ୍ଷା ନ କରିଥିବା ଗର୍ଭବତୀ ମହିଳା ଙ୍କର ଚିହ୍ନଟ କରିବା ସହ ଟିକାକରଣ କରିବାକୁ କହିଥିଲେ ।
ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼। ପ୍ରଦୀପ କୁମାର ଗୁରୁ ସଭା ଆରମ୍ଭ ଭାଷଣ ପ୍ରଦାନ କରି ରୋଗକୁ କେମିତି ଅତିଶୀଘ୍ର ଚିହ୍ନଟ କରିବା ଏବଂ ଏହାର ପ୍ରତିକାର ନିମନ୍ତେ ଅଭିନବ ପନ୍ଥା ଗ୍ରହଣ କରି ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରି ଏହାର ନିରାକରଣ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ ଓ ଏହାର ଉପଯୁକ୍ତ ବ୍ୟବହାର ଦ୍ଵାରା ମ୍ୟାଲେରିଆ ରୋଗ କୁ ହ୍ରାସ କରାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ଏହି ଦିବସ ପାଳନ ର ତାତ୍ପର୍ଜ୍ୟ ସମ୍ପର୍କରେ ସୂଚନା ଦେବା ସହ ମ୍ୟାଲେରିଆ ନିରାକରଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ପାୱାରପଏନ୍ଟରେ ବିଗତ ବର୍ଷରେ କିପରି ରୋଗ ନିରାକରଣ ବଢିବା ସହ ରୋଗୀଙ୍କ ସଂଖ୍ୟା କମିଛି ବୋଲି ରିପୋର୍ଟ ରେ ଦର୍ଶାଇଥିଲେ । ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଦିବ୍ୟ କିଶୋର ପତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ) ଡ଼ କୁବେର ଚନ୍ଦ୍ର ମହନ୍ତ , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ ସୁଧା ବାର୍ଲା , ଡ଼ ସିଦ୍ଧେଶ୍ଵର ମାଝି, ଜିଲ୍ଲା ପ୍ରକଳ୍ପ ପରିଚାଳକ ମୃତ୍ୟୁଞ୍ଜୟ ମୁଣ୍ଡ, ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ,ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

