Type Here to Get Search Results !

ତାଳଚେର ମେଡ଼ିକାଲ କଲେଜ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହ କାଳନ୍ଦି ସାମଲ ଙ୍କ ଆଲୋଚନା

 

ତାଳଚେର ମେଡ଼ିକାଲ କଲେଜ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହ କାଳନ୍ଦି ସାମଲ ଙ୍କ ଆଲୋଚନା



ତାଳଚେର:-

ତାଳଚେର ମେଡ଼ିକାଲ କଲେଜ ସମ୍ପର୍କରେ  ବରିଷ୍ଠ ବିଜେପି ନେତା ତଥା ଏନଏସଆଇସି ଡ଼ାଇରେକ୍ଟର କାଳନ୍ଦି ସାମଲ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ଙ୍କୁ ଭୁବନେଶ୍ୱର ରେ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି।ତାଳଚେର ମେଡ଼ିକାଲ କଲେଜ ସମ୍ପର୍କରେ ସମସ୍ତ ତଥ୍ୟ କାଳନ୍ଦି ସାମଲ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ।ତାଳଚେର ମେଡ଼ିକାଲ କଲେଜ ପ୍ରସଙ୍ଗ ରେ ରାଜ୍ୟ ସରକାର ସମ୍ପୁର୍ଣ୍ଣ ଭାବେ ତତ୍ପର ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ଶ୍ରୀ ସାମଲ ଙ୍କୁ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ପ୍ରାକ୍ତନ ରାଜ୍ୟ ସରକାର ତାଳଚେର ମେଡ଼ିକାଲ କଲେଜ କୁ ହାଇଟେକ ମେଡ଼ିକାଲ କଲେଜ କୁ ଦେବା ପାଇଁ ଯୋଜନା କରିଥିଲେ, ଏବଂ ବହୁ ବାର ଆନ୍ଦୋଳନ ପରେ ଷଡ଼ଯନ୍ତ୍ର କରି ମେଡ଼ିକାଲ କଲେଜ ରୁ ହସ୍ପିଟାଲ ବନାଇ ଥିଲେ।ସ୍ଥାନୀୟ ବିଧାୟକ ସାଂସଦ ଏ ପ୍ରସଙ୍ଗରେ ପାଟି ଖୋଲି ନ ଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଦେବଗଡ଼ ର ସାଂସଦ ଥିଲେ ସେହି ସମୟରୁ ତାଳଚେର ରେ ମେଡ଼ିକାଲ କଲେଜ ପାଇଁ ପ୍ରୟାସ ଆରମ୍ଭ କରିଥିଲେ।୨୦୧୪ ରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ମେଡ଼ିକାଲ କଲେଜ ପାଇଁ ଜାଗା ଓ  ଅର୍ଥ ବ୍ୟବସ୍ଥା କରାଇଲେ ଏବଂ ୫୦୦ କୋଟି ଟଙ୍କା ଏମ ସି ଏଲ ସହାୟତା ରେ ମେଡ଼ିକାଲ କଲେଜ ର  ୨୦୧୫ ରେ ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲା।୪ ବର୍ଷ ପରେ ମେଡ଼ିକାଲ କଲେଜ କ୍ୟାମ୍ପସ କୁ ଶ୍ରୀ ପ୍ରଧାନ ଉଦଘାଟନ କରିଥିଲେ।କିନ୍ତୁ ତତ୍କାଳୀନ ବିଜେଡି ସରକାର ମେଡ଼ିକାଲ କଲେଜ କୁ ନ ଚଳାଇ ହାଇଟେକ କୁ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା।ତାଳଚେର ବାସୀ ଙ୍କର ଆନ୍ଦୋଳନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଯୋଗୁଁ ମେଡ଼ିକାଲ କଲେଜ କୁ ପ୍ରାଇଭେଟ ସଂସ୍ଥା କୁ ଟେକି ଦେବାରେ ବିଜେଡି ସରକାର ସଫଳ ହୋଇନଥିଲେ।ଶେଷରେ ତାଳଚେର ମେଡ଼ିକାଲ କଲେଜ ଚଳାଇବା ପାଇଁ ତତ୍କାଳୀନ ରାଜ୍ୟ ସରକାର ଆର୍ଥିକ ବ୍ୟବସ୍ଥା କରିବା ପାଇଁ ଏମ ସି ଏଲ କୁ ଚିଠି ଲେଖିଥିଲେ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ହସ୍ତକ୍ଷେପ ଫଳରେ ଏମ ସି ଏଲ ମେଡ଼ିକାଲ କଲେଜ ର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା ମଧ୍ୟ କରିଲେ ଏବଂ  ସେଣ୍ଟ୍ରାଲ ହସ୍ପିଟାଲରେ ଥିବା ମେଡ଼ିକାଲ କ୍ୟାମ୍ପସ କୁ ପୁନଶ୍ଚ ୫୦୦ କୋଟି ଟଙ୍କା  ବ୍ୟୟରେ ଆଧୁନିକ ଉପକରଣ ସହ ଏକ ଉର୍ଣ୍ଣତ ମାନର ମେଡ଼ିକାଲ କରାଇ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିଲେ।କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ଙ୍କୁ ମେଡ଼ିକାଲ କଲେଜ ପାଇଁ ଜମି ସହ ୧୬୨୮ କୋଟି ଟଙ୍କାର  ମେଡ଼ିକାଲ କଲେଜ କ୍ୟାମ୍ପସ, ଉର୍ଣ୍ଣତ ମାନର ହସ୍ପିଟାଲ, ପରିଚାଳନା ପାଇଁ ଆର୍ଥିକ ବ୍ୟବସ୍ଥା ସବୁ ସତ୍ତ୍ୱେ ମେଡ଼ିକାଲ କଲେଜ ୫ ବର୍ଷ ଧରି ଚାଲି ପାରି ନଥିଲା,ମେଡ଼ିକାଲ କଲେଜ କୁ ହସ୍ପିଟାଲରେ ରେ ପରିଣତ କରିଥିଲେ ।ସ୍ଥାନୀୟ ବିଧାୟକ, ସାଂସଦ ମଧ୍ୟ କୌଣସି ପଦକ୍ଷେପ ନ ନେଇ ଚୁପ ରହିଥିଲେ।ମେଡ଼ିକାଲ କଲେଜ ଚଳାଇବା ପାଇଁ ତତ୍କାଳୀନ ସରକାର ଏମ ସି ଆଇ ରେ ମଧ୍ୟ ଆବେଦନ କରି ନଥିଲେ। ଏବେ ନୂତନ ଭାବେ ବିଜେପି ସରକାର ଆସିବା ପରେ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ତାଳଚେର ମେଡ଼ିକାଲ କଲେଜ ସମ୍ପର୍କ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିବା ସହ ମେଡ଼ିକାଲ କଲେଜ ଶୀଘ୍ର ଚାଲୁ କରିବା ପାଇଁ ପରାମର୍ଶ ଦେଇଥିଲେ।ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି ଏବଂ ଏଥିପ୍ରତି ତତ୍ପର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି।ଏହି ଆଲୋଚନା ସମୟରେ ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ଓ ବିଜେପି ଅନୁଗୁଳ ଜୋନାଲ ମିଡ଼ିଆସେଲ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.