Type Here to Get Search Results !

ଚାରି ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ଜୁନ୍‌ରେ ବଢ଼ି ୫.୦୮ ପ୍ରତିଶତରେ ପହଞ୍ଚିଲା

 


ନୂଆଦିଲ୍ଲୀ:-

ଖାଦ୍ୟ ପଦାର୍ଥର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁଁ ପୁଣି ଥରେ ମୁଦ୍ରସ୍ଫୀତି ବଢ଼ିଛି । ଜୁନ୍ ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ମେ' ମାସରେ ୪.୮୦ ପ୍ରତିଶତ ଥିଲା । ସେହିଭଳି ଜୁନ୍ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୯.୩୦ ପ୍ରତିଶତ ଥିବା ବେଳେ ଏହା ମେ'ରେ ୮.୮୩ ପ୍ରତିଶତ ଥିଲା ।

କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ତଥ୍ୟ ଦିଆଯାଇଛି । ତଥ୍ୟ ଅନୁସାରେ, ଖାଦ୍ୟ ପଦାର୍ଥ ଦାମ ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ଜୁନ୍ ମାସରେ ୫.୦୮ ପ୍ରତିଶତ ରହିଛି । ଗତବର୍ଷ ଜୁନ୍ରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତ ରହିଥିଲା ।

ସେହିଭଳି ୨୦୨୩ ଜୁନ୍ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୪.୩୧ ପ୍ରତିଶତ ଥିଲା । ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପନିପରିବା ଦାମରେ ଅତ୍ୟଧିକ ବୃଦ୍ଧି ଦେଖିବାକୁ ମିଳିଛି । ଜୁନ ମାସରେ ପନିପରିବାର ଦର ୨୯.୩୨ ପ୍ରତିଶତ ମହଙ୍ଗା ହୋଇଛି । ଯାହାକି ମେ’ ମାସରେ ୨୭.୩୩ ପ୍ରତିଶତ ଥିଲା । ସେପଟେ ମେ’ ମାସ ଅପେକ୍ଷା ଡାଲି ଦାମରେ ହ୍ରାସ ଘଟିଛି । ଜୁନ୍ରେ ଡାଲିର ମହଙ୍ଗା ହାର ୧୬.୦୭ ପ୍ରତିଶତ ଥିବା ବେଳେ ମେ’ରେ ୧୭.୧୪ ପ୍ରତିଶତ ରହିଥିଲା ବୋଲି ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି ।

ଫଳ ମୁଦ୍ରାସ୍ଫୀତି କଥା କହିଲେ ଜୁନ୍ରେ ୭.୧ ପ୍ରତିଶତ ରହିଛି । ଯାହାକି ମେ’ ମାସରେ ୬.୬୮% ଥିଲା । ବିଭିନ୍ନ ଶସ୍ୟ ଓ ଶସ୍ୟଜାତ ଦ୍ରବ୍ୟ ମଧ୍ୟ ମହଙ୍ଗା ହୋଇଛି । ଅଣ୍ଡା ଦାମରେ ସାମନ୍ୟ ହ୍ରାସ ଘଟିଥିବା ବେଳେ ମେ ମାସରେ ୭.୬୨ ପ୍ରତିଶତ ତୁଳନାରେ ଜୁନ୍ ମାସରେ ୩.୯୯ ପ୍ରତିଶତ ରହିଛି । ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ଆରବିଆଇ ପାଇଁ ବଡ଼ ଝଟକା । ଏହାକୁ ୪ ପ୍ରତିଶତକୁ ଆଣିବାକୁ ଆରବିଆଇ ଚେଷ୍ଟା କରିବାର ଥିଲା । କିନ୍ତୁ ଖୁଚୁରା ମୁଦ୍ରାସ୍ଫୀତି ପୁଣି ଥରେ ୫ ପ୍ରତିଶତ ଉପରକୁ ଚାଲିଯାଇଛି । ଗୁରୁବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଖୁଚୁରା ମୁଦ୍ରାସ୍ଫୀତିକୁ ଚ୍ୟାଲେଞ୍ଜ ବୋଲି କହିଥିଲେ ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.