Type Here to Get Search Results !

ମୋବାଇଲ ଓ ଲ୍ୟାପଟପ ଲୁଟେରା ଗିରଫ

 


ଝାରସୁଗୁଡା :-

ଝାରସୁଗୁଡା ଟାଉନ ପୋଲିସ କୁ ମିଳିଛି ସଫଳତା। ଗିରଫ ହେଲେ ଦୁଇଟା ମୋବାଇଲ ଓ ଲ୍ୟାପଟପ ଲୁଟେରା। ଏହାସହ ପୋଲିସ ସେମାନଙ୍କ ପାଖରୁ ଜବତ କରିଛି ଦୁଇଗୋଟି ଲ୍ୟାପଟପ, ୨୨ ଟି ସ୍ମାର୍ଟ ଫୋନ୍ ତଥା ପର୍ସ ସହ କ୍ରେଡିଟ କାର୍ଡ।



ଘଟଣା ଅନୁସାରେ, ବେହେରାମାଲ ରେ ଭଡାଘରେ ରହୁଥିବା ସୋମନାଥ ମାହାତୋ ନାମକ ଜଣେ ଯୁବକ ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ କି, ରହୁଥିବା ଭଡ଼ାଘର କବାଟ ଭାଙ୍ଗି ତାଙ୍କ ଅନୁପସ୍ଥିତିରେ ତାଙ୍କରି ମୋବାଇଲ, ଲ୍ୟାପଟପ, କ୍ରେଡିଟ ତଥା ଡେବିଟ କାର୍ଡ ସହ ନଗଦ ୪୯୦୦ ଟଙ୍କା ଚୋରି ହୋଇଛି ବୋଲି। ଏନେଇ ଟାଉନ ପୋଲିସ ପକ୍ଷରୁ ତଦନ୍ତ କରାଯିବା ପରେ ଦୁଇ ଲୁଟେରା ଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ମହେନ୍ଦ୍ର ଭେଙ୍କେଟରମଣ (୨୫ ବର୍ଷ) ଏବଂ ପ୍ରକାଶ ଭେଙ୍କଟେଶ (୧୯ ବର୍ଷ) ଏବଂ ଦୁହେଁ ତାମିଲନାଡୁ ର ବୋଲି ପୋଲିସ ସୂଚନା ଦେଇଛି। ତେବେ ଆଳୁ ଖୋଳୁଖୋଳୁ ମହାଦେବ ଭଳି ସେମାନଙ୍କ ନିକଟରୁ ୨ ଟି ଲ୍ୟାପଟପ  ସହ ୨୨ ଗୋଟି ମୋବାଇଲ ଏବଂ ଅନେକ ଡେବିଟ ଓ କ୍ରେଡିଟ କାର୍ଡ ସେମାନଙ୍କ ନିକଟରୁ ଜବତ କରାଯାଇଛି। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.