ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ବର୍ଷ ଧରି ମରଣ ଯନ୍ତା ପାଲଟିଛି ପିପିଲି ଜଟଣୀ ମୁଖ୍ୟ ରାସ୍ତା. ମରଣଯନ୍ତା ପାଲଟିବା ଦ୍ୱାରା ବିଭାଗ ଏହି ପରିତ୍ୟକ୍ତ ରାସ୍ତାରେ କେତେ ମୁଣ୍ଡ ନେଲେ ଚେତା ପଶିବ ତାହାକୁ ନେଇ ଜନସାଧାରଣ ଉଠାଇ ଛନ୍ତି ପ୍ରଶ୍ନ. ଏହି ରାସ୍ତା ଉପରେ ଜଟଣୀ ଖୋର୍ଦ୍ଧା. ନୟାଗଡ. ରଣପୁର ଭୁବନେଶ୍ୱର ଅଞ୍ଚଳର ଜନସାଧାରଣ ସହିତ ବିଭିନ୍ନ ପ୍ରକାର ଯାନବାହାନ ସଦାସର୍ବଦା ଯାତାୟତ ରହୁ ଥିବା ବେଳେ ପିପିଲି ପୂର୍ତ୍ତ ବିଭାଗ ସଠିକ ସମୟରେ ମରାମତି ନକରିବା ଯୋଗୁଁ ରାସ୍ତାରେ ବିରାଟ ବିରାଟ ଗଭୀର ଗର୍ତ୍ତ ସୃଷ୍ଟି ହେବା ଯୋଗୁଁ ବହୁତ ଦୁର୍ଘଟଣା ଘଟୁଛି. ଯାହାକି ଅଧିକାଂଶ ଜନସାଧାରଣ ମାନେ ଗୋଡ଼ ହାତ ଓ ସମ୍ପୂର୍ଣ୍ଣ ବିକଳାଙ୍ଗ ହେଉ ଥିବା ବେଳେ ଆଉ କେତେକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁ ଛନ୍ତି. ଏମିତି ପ୍ରତ୍ୟେକ ବର୍ଷ 8 ରୁ 10 ଗୋଟି ମୁଣ୍ଡ ଯାଉଥିବା ଚର୍ଚ୍ଚା ହେଉଛି. ଅନ୍ୟ ପକ୍ଷରେ ବିଭାଗ ବିଭିନ୍ନ ସମୟରେ ରାସ୍ତା ମରାମତି ନାମରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ମରାମତି କରୁ ଥିବା ବେଳେ ନିଯୁକ୍ତି ରହୁଥିବା ଏଜେନ୍ସି ମାନେ ନିମ୍ନ ମାନର କାର୍ଯ୍ୟ କରି ବିଭାଗରୁ ଲକ୍ଷାଧିକ ଟଙ୍କା ଲୁଟି ନେଉ ଥିବା ଅଭିଯୋଗ ହେଉଛି. ତେଣୁ ଏଦିଗରେ ବିଭାଗୀୟ ମନ୍ତ୍ରୀ ନଜର ଦେବା ସହିତ ଜରୁରୀ କାଳୀନ ମଧ୍ୟରେ ମରାମତି କରିବା ପାଇଁ ଅଞ୍ଚଳ ବାସି ଦାବୀ କରି ଛନ୍ତି.


