ନୂଆଦିଲ୍ଲ ଗତ ମାର୍ଚ୍ଚ ମାସ ୭ ତାରିଖରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ଫଳରେ କର୍ମଚାରୀଙ୍କ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚି ଯାଇଥିଲା । ଗତ ମାସରେ କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ସହିତ ୪ଟି ରାଜ୍ୟରେ ନୂଆ ସରକାର ଶପଥ ଗ୍ରହଣ କରିଥିଲା । ତେବେ ଗତ ମାସ ୧୦ ତାରିଖରେ ସିକିମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂହ ତାମଙ୍ଗ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟବାସୀଙ୍କୁ ଦେଇଥିଲେ ଏକ ବଡ଼ ଉପହାର ।
ତେବେ ଏହା ମଧ୍ୟରେ ଗୁଜରାଟ ସରକାର ସରକାରୀ କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଏହି ଘୋଷଣା ଫଳରେ ରାଜ୍ୟର ୪.୭୧ ଲକ୍ଷ କର୍ମଚାରୀ ଓ ୪.୭୩ ସେବାନିବୃତ୍ତ କର୍ମଚାରୀ ବା ପେନସନଧାରୀ ଉପକୃତ ହେବେ । ଗତ ଜାନୁଆରୀ ମାସରୁ ଏହି ବର୍ଦ୍ଧିତ ଡିଏ ଲାଗୁ ହେବ । ଚଳିତ ବର୍ଷ ଜାନୁଆରୀରୁ ଜୁନ ମାସ ପର୍ଯ୍ୟନ୍ତ ୬ ମାସର ବକେୟା ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ୩ଟି କିସ୍ତିରେ ଦିଆଯିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟ ରାଜକୋଷରୁ ମୋଟ ୧୧୨୯.୫୧ କୋଟିର ଆର୍ଥିକ ବ୍ୟୟ ହେବ ।


