ପୁରୀ :-
ବିଜେପି ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି । କେବେ ଖୋଲିବ ରତ୍ନ ଭଣ୍ଡାର ଏ ନେଇ ଚର୍ଚ୍ଚା ଲାଗି ରହିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।
ବୈଠକରେ ସମସ୍ତ ଦିଗକୁ ବିଚାର କରାଯିବ। ଯେଉଁ ଦାୟିତ୍ୱ ସରକାର ଦେଇଛନ୍ତି ତାକୁ ସଠିକ୍ ସମୟ ମଧ୍ୟରେ ସମାପନ କରିବାକୁ ଉଦ୍ୟମ କରାଯିବ। ନୀତିକାନ୍ତିରେ କିପରି ବିଭ୍ରାଟ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । ଏହି ପ୍ରକ୍ରିୟା ଭିତରେ ରଥଯାତ୍ରା କିମ୍ବା ଦର୍ଶନ କରିବାକୁ ଆସୁଥିବା ଦର୍ଶନାର୍ଥୀଙ୍କର କିଭଳି ସମସ୍ୟା ନ ହେବ ସେ ନେଇ ମଧ୍ୟ ଦୃଷ୍ଟି ଦିଆଯିବ। କମିଟିର ସମସ୍ତ ସଦସ୍ୟଙ୍କର ସହଯୋଗ ଏବଂ ଓଡିଶାବାସୀଙ୍କର ଆଶୀର୍ବାଦରେ ଏହି କାମ ସଠିକ ଭାବରେ ସମାପନ ହେବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।


