Type Here to Get Search Results !

ହାରିଲେ ଋଷି ସୁନକ

 


ଣ୍ଡନ:-

ପ୍ରଧାନମନ୍ତ୍ରୀ ପଦ ପାଇଁ ୪ ଜୁଲାଇରେ ବ୍ରିଟେନ୍‌ରେ ଭୋଟ ଅନୁଷ୍ଠିତ ହୋଇଥିଲା। ଏବେ ବି ଗଣନା ଜାରି ରହିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡକୁ ଦେଖିଲେ କଞ୍ଜରଭେଟିଭ ପାର୍ଟି ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ଲେବର ପାର୍ଟି ସରକାର ଗଢ଼ିବା ସ୍ଥିର ହୋଇଛି।

ସୁନକ ରିଚମଣ୍ଡ ଏବଂ ନର୍ଥଲର୍ଟନରେ ନିଜର ଆସନ ବଜାୟ ରଖିଛନ୍ତି।

ସେ କହିଛନ୍ତି ଯେ, ଏହି ସାଧାରଣ ନିର୍ବାଚନରେ ଲେବର ପାର୍ଟି ଜିତିଛି ଏବଂ ମୁଁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ପାଇଁ ମୁଁ କିର୍‌ ଷ୍ଟାର୍ମରଙ୍କୁ ଡାକିଛି। ସେ କହିଛନ୍ତି ମୁଁ ବର୍ତ୍ତମାନ ଲଣ୍ଡନ ଯିବି। ସେଠାରେ ମୁଁ ନିର୍ବାଚନ ଫଳାଫଳ ବିଷୟରେ ମାନସ ମନ୍ଥନ କରିବି। ପ୍ରଧାନମନ୍ତ୍ରୀ ପଦବୀରେ ଥିବାବେଳେ ମୁଁ ମୋର କାର୍ଯ୍ୟକାଳ ମଧ୍ୟରେ ବହୁତ କାମ କରିଥିଲି। ମୋର ସମସ୍ତ କଥା ଏଥିରେ ଲଗାଇଛି।

ଭୋଟ୍‌ ଦେବା ପରେ ଏକ୍‌ଜିଟ୍‌ ପୋଲ ମଧ୍ୟ ପ୍ରକାଶ କରିଛି ଯେ, କିର୍‌ ଷ୍ଟାର୍ମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କ ଲେବର ପାର୍ଟି ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ଜିତିବ। ଏକ୍‌ଜିଟ ସର୍ଭେରେ ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି ପାଇଁ ଏକ ବଡ଼ କ୍ଷତି ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏକ୍‌ଜିଟ୍‌ ସର୍ଭେରୁ ଜଣାପଡିଛି ଯେ, ଲେବର ପାର୍ଟି ୬୫୦ ସିଟ ବିଶିଷ୍ଟ ସଂସଦରେ ୪୧୦ଟି ଆସନ ଜିତିବ, ଯେଉଁଥିପାଇଁ ୧୪ ବର୍ଷ ପୁରୁଣା କଞ୍ଜରଭେଟିଭ ନେତୃତ୍ୱାଧୀନ ସରକାର ଏଥର ପତ୍ତନ ହେବ। ଗଣନାଠାରୁ ଏପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି ଯେ, ସୁନକଙ୍କ ଦଳ ମାତ୍ର ୧୩୧ଟି ସିଟ୍‌ ପାଇବ, ପୂର୍ବରୁ କଞ୍ଜରଭେଟିଭ୍‌ ପାର୍ଟି ୩୪୬ଟି ସିଟ୍‌ ପାଇଥିଲା। ଏଥର କଞ୍ଜରଭେଟିଭ୍‌ର ପାର୍ଟି ହାରିବା ପଛରେ ଦଳ ମଧ୍ୟରେ ଚାଲିଥିବା ଲଢ଼େଇ ବୋଲି କୁହାଯାଉଛି।



Post a Comment

0 Comments
* Please Don't Spam Here. All the Comments are Reviewed by Admin.