ଭୁବନେଶ୍ୱର :-
ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ । ୧୮ ବା ୧୯ ତାରିଖ ସୁଦ୍ଧା ଏହା ଅବପାତ ରୂପ ନେବ । ଏହା ପ୍ରଭାବରେ ୧୫ରୁ ୨୧ ତାରିଖ ଯାଏ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.
ଡ. ସାହୁ ଆକଳନ କରି କହିଛନ୍ତି ଯେ, ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୧୪ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୫ରେ ଏହା ଲଘୁଚାପ ରୂପ ନେବ । ଏହା ଅଧିକ ବଳୁଆ ହୋଇ ଅବପାତରେ ପରିଣତ ହେବ । ଅବପାତରେ ପରିଣତ ହେବା ପରେ ଉତ୍ତର ଦିଗରେ ଅଗ୍ରସର ହେବ । ଜୁଲାଇ ୨୦ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଲଘୁଚାପ ଓ ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରୁ ନେଇ ଉତ୍ତର ଓ ଉପକୂଳରେ ନିର୍ଧୁମ ବର୍ଷିବ । ୨୧ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।
ସେହିଭଳି ଉତ୍ତରପ୍ରଦେଶର ପୂର୍ବ ଭାଗରୁ ଦକ୍ଷିଣ ଓଡ଼ିଶା ଉପକୂଳ ଯାଏ ବାୟୁମଣ୍ଡଳର ଉପରି ଭାଗରେ ଏକ ଟ୍ରଫ୍ ଲମ୍ବିଛି । ଏହା ପ୍ରଭାବରେ ଶନିବାର ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଆକଳନ କହୁଛି, ୧୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ।
୧୪ରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୫, ୧୬ ଓ ୧୭ ତାରିଖରେ ବିଭିନ୍ନ ସ୍ଥାନରେ ବି ଭାରୀ ବର୍ଷା ହେବ । ବାହୁଡ଼ା ଦିନ କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ସମେତଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

.jpeg)
