Type Here to Get Search Results !

ରାସନ ଦୁର୍ନୀତି ନେଇ ଡିଲରଙ୍କୁ ମନ୍ତ୍ରୀଙ୍କ ଚରମବାଣୀ । ଖାଉଟିଙ୍କୁ ଖରାପ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ । ସାମଗ୍ରୀର ପରିମାଣ କମିଲେ ଜେଲ

 


ଡିଲରଙ୍କୁ ମନ୍ତ୍ରୀଙ୍କ ଚରମବାଣୀ। ଖାଉଟିଙ୍କୁ ଭଲ ବ୍ୟବହାର ନକଲେ ହେବ କାର୍ୟ୍ୟାନୁଷ୍ଠାନ। ପରିମାଣ କମ ହେଲେ ଡିଲରଙ୍କୁ ହେବ ଜେଲ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଡିଲରମାନଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି। ୨୪ ବର୍ଷ ହେଲାଣି ସେମାନେ ଡ଼ିଲର ହୋଇ ଅଏସ କରୁଛନ୍ତି।

ସେମାନେ ପୂର୍ବର ଥିବା ବସ୍ ପାଇଁ ଏମିତି ବ୍ୟବହାର କରୁଛନ୍ତି। ତାଙ୍କର ସେ ବସ୍ ଆଉ ନାହାନ୍ତି। ଯେଉଁ ଡିଲରଙ୍କ ବିରୋଧରେ ଅଭିଯୋଗ ଆସିବ ତାଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ହେବ। ତାଙ୍କୁ ବାହାର କରି ନୂଆ ଡିଲର ଦିଆଯିବ। ଆମେ ଚାହୁଁଛୁ ଭଲ ଖାଉଟିଙ୍କୁ ବ୍ୟବହାର ସହ କ୍ୱାଲିଟି ଓ କ୍ବାଣ୍ଟିଟି ରହୁ। ପରିମାଣ କମ ରହିଲେ କଞ୍ଜ୍ୟୁମର ଆକ୍ଟ ଆନୁସାରେ କାର୍ୟ୍ୟାନୁଷ୍ଠାନ ହେବ। ସେମାନଙ୍କୁ ଫାଇନ ସହ ଜେଲ ମଧ୍ୟ ହୋଇପାରେ ବୋଲି କହିଛନ୍ତି ମନ୍ତ୍ରୀ।

ରାସନ ଦୁର୍ନୀତି, ଡିଲରଙ୍କୁ ଚରମବାଣୀ
- ରାସନ ଡିଲରଙ୍କୁ ମନ୍ତ୍ରୀଙ୍କ ଚରମବାଣୀ
- ଖାଉଟିଙ୍କୁ ଭଲ ବ୍ୟବହାର ନକଲେ ହେବ କାର୍ୟ୍ୟାନୁଷ୍ଠାନ
- ରାସନ ପରିମାଣ କମ ହେଲେ ଡିଲରଙ୍କୁ ହେବ ଜେଲ
- 'ଡିଲରମାନଙ୍କ ବିରୋଧରେ ରହିଛି ଅନେକ ଅଭିଯୋଗ'
- '୨୪ ବର୍ଷ ହେଲାଣି ଡିଲର ହୋଇ ଅୟସ କରୁଛନ୍ତି'
- ଡିଲରଙ୍କ ବିରୋଧରେ ଅଭିଯୋଗ ଆସିଲେ ହେବ କଡା କାର୍ୟ୍ୟାନୁଷ୍ଠାନ
- ପୁରୁଣା ଡିଲରଙ୍କୁ ବାହାର କରି ନୂଆ ଡିଲର ଦିଆଯିବ



Post a Comment

0 Comments
* Please Don't Spam Here. All the Comments are Reviewed by Admin.