ଜୟପୁର : -
ଜୟପୁରର ଏକ ରାଇସ୍ ମିଲର ମାଲିକଙ୍କୁ ଅପହରଣ କରି ୭୦ ଲକ୍ଷ ଟଙ୍କା ଦାବି କରିଛି ଅପହରଣକାରୀ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ରାଇସ ମିଲ୍ ମାଲିକ ରମେଶ ପାତ୍ରଙ୍କୁ ଗତକାଲି ଠାରୁ ଅପହରଣ କରାଯାଇଛି । ଏନେଇ ରମେଶଙ୍କ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରମେଶ ଘରକୁ ଫେରୁଥିବାବେଳେ ପେରହଣ୍ଡି ଗ୍ରାମ ନିକଟରେ ତାଙ୍କୁ କେହି ଅପହରଣ କରିନେଇଛନ୍ତି ।

.jpeg)