Type Here to Get Search Results !

ସ୍ନାନ ପୂର୍ଣ୍ଣିମାରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ, ପଶ୍ଚିମ ଦ୍ୱାର ଦେଇ ପହଣ୍ଡି ଟିକେଟ ଦର୍ଶନ

 




ପୁରୀ:-

ସ୍ନାନ ପୂର୍ଣ୍ଣିମା ଦିନ ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ଓ ଅନ୍ୟ ୩ ଦ୍ୱାର ଦେଇ ବାହାରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବଡ଼ଦାଣ୍ଡ ମାର୍କେଟ ଛକଠାରୁ ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ଦେଇ କୃଷ୍ଣ ସିନେମା ଗଳିରେ ପହଞ୍ଚିଲା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ରିସେପସନ ସେଣ୍ଟର ଦେଇ ଶ୍ରୀମନ୍ଦିର ସିଂହଦ୍ୱାରରେ ଭିତରକୁ ପ୍ରବେଶ କରିବେ।

ଠାକୁର ଦର୍ଶନ ପରେ ଅନ୍ୟ ୩ ଦ୍ୱାର ଦେଇ ବାହାରିବେ ଓ ବଡ଼ଦାଣ୍ଡ କିମ୍ବା ଶ୍ରୀମାର୍ଗ ବାଟରେ ଘରକୁ ଯାଇପାରିବେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.