Type Here to Get Search Results !

୧୦ ବର୍ଷ ଜେଲ୍‌, ୧ କୋଟି ଜରିମାନା, ଅଧ ରାତିରୁ ଆଣ୍ଟି ପେପର୍‌ ଲିକ୍‌ ଆଇନ୍‌ ଲାଗୁ

 



ବେ ପେପର୍ ଲିକ୍ କଲେ ଆଉ ମିଳିବନି ତ୍ରାହି। ଏଥର ପେପର୍ ଲିକ୍ କଲେ ହେବ ୧୦ ବର୍ଷ ଯାଏ ଜେଲ ଦଣ୍ଡାଦେଶ। କେବଳ ସେତିକି ନୁହେଁ ୧୦ ଲକ୍ଷରୁ ୧ କୋଟି ଯାଏ ଜରିମାନା ମଧ୍ୟ ଦେବାକୁ ପଡିବ। ଦେଶରେ ଅଧ ରାତିରୁ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍। ପ୍ରଶ୍ନ ପତ୍ର ଲିକ୍ ସମ୍ବନ୍ଧରେ ଚଳିତ ବର୍ଷ ଫେବ୍ରୁଆରୀରେ ପାରିତ ହୋଇଥିବା ଆଇନ ଆଜିଠାରୁ ଲାଗୁ ହୋଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ସରକାର ଏହି ଆଇନର ବିଜ୍ଞପ୍ତି ଜାରି କରିଛନ୍ତି।

ଏହି ଆଇନ୍ର ନାଁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗ୍ଜାମିନେସନ୍ (ଅନ୍ୟାୟ ଅର୍ଥର ନିରାକରଣ) ଆଇନ୍ ୨୦୨୪ ନାମରେ ନାମିତ କରାଯାଇଛି। ଫେବୃଆରୀ ୨୦୨୪ ରେ ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଏବଂ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। UPSC, SSC, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନ୍ରେ ଅନ୍ତର୍ଭୁକ୍ତ ହେବ।

ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ରେ କୁହାଯାଇଛି ଯେ, ପ୍ରଶ୍ନପତ୍ର ଲିକ୍ କିମ୍ବା ଉତ୍ତର କପି ଲିକ୍', କୌଣସି ସାର୍ବଜନୀନ ପରୀକ୍ଷାରେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସହାୟତା କରିବା, ଏବଂ କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟୱାର୍କ କିମ୍ବା କମ୍ପ୍ୟୁଟର ସଂସାଧନ ଅଥବା କମ୍ପ୍ୟୁଟର ସିଷ୍ଟମ ସହିତ ଟାମ୍ପରିଂ କରିବା ଅପରାଧ।

କହିରଖୁ ଯେ, NET ଓ NEET ପରୀକ୍ଷାରେ ହେରଫେର ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୂରା ଦେଶରେ ଜୋରଦାର ବିରୋଧ ଜାରି ରହିଛି। ଏଭଳି ପରିସ୍ଥିତିରେ NTA CSIR-UGC-NET ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛି। ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ତାରିଖ ମଧ୍ୟରେ ହେବାର ଥିଲା। ତେବେ କିଛି ଅନିବାର୍ଯ୍ୟ କାରଣ ଓ ଲଜିଷ୍ଟିକ୍ କାରଣରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ କହିଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.