ସରିଲା ଖରା ଛୁଟି । ଆଉ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, ଆଜିଠୁ ସ୍କୁଲ ଖୋଲିବାକୁ ସ୍ଥିର ହୋଇଥିଲା । କିନ୍ତୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ଦେଖାଦେଇଛି । ଏବେ ସ୍କୁଲ ଖୋଲିବାକୁ ନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜିଠୁ ସ୍କୁଲ ଖୋଲିବ ।
ଅନୁକୂଳ ପାଗ ଥିବା ଜିଲ୍ଲା ଗୁଡ଼ିକରେ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ସେପଟେ ୧୦ ଜିଲ୍ଲାରେ ସ୍କୁଲ ଛୁଟି କରିବାକୁ ନିଷ୍ପତି ନେଇଛନ୍ତି ଜିଲ୍ଲାପାଳ । ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ଗଜପତିରେ ଛୁଟି ରହିବ ସ୍କୁଲ । ସେହିପରି ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ, କୋରାପୁଟ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ସ୍କୁଲ ଖୋଲା ରହିବ ।