ତେବେ ବିରୋଧୀଙ୍କ ପକ୍ଷରୁ ପ୍ରୋଟେମ ସ୍ପିକରଙ୍କୁ ତୀବ୍ର ବିରୋଧ କରାଯାଉଛି। ତେବେ ନୂଆ ଏମପି ଶପଥ ନେବାବେଳେ ଭତ୍ତୃହରିଙ୍କ ସମେତ ବିରୋଧର ଦଳର ୩ଜଣ ନେତା ତାଙ୍କୁ ସହଯୋଗ କରିଥାନ୍ତେ। ହେଲେ ପ୍ରୋ ଟେମ୍ ସ୍ପିକରକୁ ନେଇ ମୁଣ୍ଡ ଟେକିଥିବା ବିବାଦକୁ ନେଇ କେ. ସୁରେଶ (କଂଗ୍ରେସ), ଟି ଆର ବାଲୁ (ଡିଏମକେ), ରାଧା ମୋହନ ସିଂ ଏବଂ ଫଗଗାନ ସିଂ କୁଲାଷ୍ଟେ ସହଯୋଗ କରିବେ ନାହିଁ ବୋଲି ଖୋଲାଖୋଲି କହି ଦେଇଛନ୍ତି।
ପରମ୍ପରାକୁ ଭାଙ୍ଗି ୮ଥର କଂଗ୍ରେସ ଏମପି କେ ସୁରେଶଙ୍କ ବଦଳରେ ୭ ଥରର ଭାଜପା ଏମପି ମହତାବଙ୍କୁ ପ୍ରୋ ଟେମ୍ (କାମଚଳା);ସ୍ପିକର କରାଯାଇଛି । ବିରୋଧୀ ଦଳ ମେଣ୍ଟ ଏହାକୁ ନେଇ ଆପତ୍ତି ଉଠାଇଛି । ଏହି ଆପତ୍ତି ଏବଂ ବିବାଦ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ ରବିବାର ଟିଏମସି ନେତା ସୁଦୀପ ବାନ୍ଦୋପାଧ୍ୟାୟଙ୍କୁ ଭେଟିଛନ୍ତି।
ଲୋକ ସଭାରେ ସ୍ପିକର ପ୍ୟାନେଲରେ ନାମିତ ତିନିଜଣ ବିରୋଧୀଦଳଙ୍କ ମଧ୍ୟରୁ ବାନ୍ଦୋପାଧ୍ୟାୟ ରିଜିଜୁଙ୍କୁ କହିଛନ୍ତି ଯେ, ସେ ଏହି ପ୍ୟାନେଲରେ ଯୋଗ ଦେଇ ପାରିବେ ନାହିଁ । ଏବଂ ଇଣ୍ଡିଆ ମେଣ୍ଟ ନେଇଥିବା ନିଷ୍ପତ୍ତିରେ ପ୍ରତିବଦ୍ଧ ରହିବେ ।
ବରିଷ୍ଠ ନେତା ଜୟରାମ ରମେଶ ଶାସକ ଦଳକୁ ଦଳ ବିରୋଧୀ ବୋଲି କହିବା ସହ ରବିବାର ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ୍ସରେ ପୋଷ୍ଟ କରି କହିଛନ୍ତି, ଯଦି ଏହି ତର୍କକୁ ଗ୍ରହଣ କରାଯାଏ, ତେବେ କ୍ରମାଗତ ୭ ଥର ଏମପି ଥିବା ଭାଜପା ଏମପି ରମେଶ ଚାନ୍ଦପ୍ପା ଜିଗଜିନାଗି ନାଁ କାହିଁକି ବିଚାର କରାଯାଉ ନାହିଁ? ସେ ସୁରେଶଙ୍କ ପରି ଜଣେ ଦଳିତ ବୋଲି?
ଏହି ପୋଷ୍ଟରେ ପ୍ରତିକ୍ରିୟା ରଖି ଭାଜପା ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ, କଂଗ୍ରେସ ସୁରେଶଙ୍କୁ ବିରୋଧୀ ଦଳର ନେତା କରିବା ଉଚିତ। ଯଦି ଆପଣ ସୁରେଶଙ୍କ ରାଜନୈତିକ କ୍ୟାରିୟର ପାଇଁ ଏତେ ଚିନ୍ତିତ ଅଛନ୍ତି, ତେବେ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ତାଙ୍କୁ ୨୦୨୬ କେରଳ ନିର୍ବାଚନ ପୂର୍ବରୁ ତାଙ୍କୁ ବିରୋଧୀ ଦଳର ନେତା କିମ୍ବା UDF ର ମୁଖ୍ୟମନ୍ତ୍ରୀ ଚେହେରା କରାଯାଉ। ଏକ ଅସ୍ଥାୟୀ ପଦକୁ ନେଇ ଏତେ ଚାପରେ କାହିଁକି ଅଛନ୍ତି?
