ଭୁବନେଶ୍ୱର:-
ଆସନ୍ତା ୨୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୌସୁମୀ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ଦୁଇ ଦିନ ରବିବାର ଓ ସୋମବାର ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ବର୍ଷା ହେବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।୨୫ରୁ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡ.
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏ ମାସ ସାରା ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିବ । ଏହା ଭରଣା ହୋଇପାରିବନି । ଆସନ୍ତା ୧୦ ଦିନରେ ହାରାହାରି ୫୧ମିମି ବର୍ଷା ହେବ । ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ମୌସୁମୀ ବାୟୁ ସକ୍ରିୟ ନାହିଁ । ଏଥିପାଇଁ ମୌସୁମୀ ପ୍ରଭାବରେ ଅଧିକ ବର୍ଷା ସମ୍ଭାବନା ନାହିଁ ।
ରବିବାର ଫୁଲବାଣୀରେ ୫୧ମିମି, ନବରଙ୍ଗପୁରରେ ୨୮, ଖୋର୍ଦ୍ଧାରେ ୨୫ମିମି, ହୀରାକୁଦରେ ୧୩ ଓ ଝାରସୁଗୁଡ଼ାରେ ୧୨.୨ ମିମି ବର୍ଷା ହୋଇଛି ।
