Type Here to Get Search Results !

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି: ଜଳେଶ୍ଵରରୁ ଉଦ୍ଧାର, ମହିଳା ଗିରଫ

 


ଳେଶ୍ଵର:-

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ଜନ୍ମର ମାତ୍ର ୮ ଘଣ୍ଟା ପରେ ଏକ ଶିଶୁପୁତ୍ରକୁ ଚୋରି ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବାଲେଶ୍ଵର ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ସିସିଟିଭି ଫୁଟେଜ ତଥା ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଜଳେଶ୍ଵର ମ୍ୟୁନିସିପାଲିଟି ଅଧୀନସ୍ଥ ଶାନ୍ତିଆ ଗ୍ରାମରେ ଥିବା ବ୍ଲକ କଲୋନୀ ନିକଟରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରିଛି।

ଶିଶୁପୁତ୍ରକୁ ଚୋରି ଅଭିଯୋଗରେ ପୁଲିସ ସନ୍ଧ୍ୟା ପାତ୍ର ଓରଫ ଝାମ୍ପଡି (୪୦)ନାମକ ଜଣେ ମହିଳାଙ୍କୁ ଗିରଫ କରିଛି।ସନ୍ଧ୍ୟା ପୂର୍ବରୁ ହାଇଦ୍ରାବାଦରେ ରହୁଥିବା ବେଳେ ସେହି ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଚୋରି କରିଥିବା ଶିଶୁକୁ ବିକ୍ରି କରିଥାନ୍ତେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।

ଗତକାଲି ଜନ୍ମ ହେବାର ୮ ଘଣ୍ଟା ପରେ ଏହି ଶିଶୁ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ବାଲେଶ୍ଵର ପୁଲିସ ତଦନ୍ତ କରି ମହିଳା ଜଣକ ଜଳେଶ୍ଵର ଅଞ୍ଚଳର ବୋଲି ପ୍ରମାଣ ମିଳିଥିଲା। ସେହି ଅନୁସାରେ ବାଲେଶ୍ଵର ପୁଲିସର ଏକ ଟିମ ଜଳେଶ୍ଵର ପୁଲିସର ସହାୟତାରେ ଜଳେଶ୍ଵର ମ୍ୟୁନିସିପାଲିଟି ଅଧୀନସ୍ଥ ଶାନ୍ତିଆ ଗ୍ରାମରେ ଥିବା ବ୍ଲକ କଲୋନୀ ସନ୍ନିକଟ ଏକ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସନ୍ଧ୍ୟା ଶିଶୁକୁ ନିଜ କୋଳରେ ଧରି ଶୋଇଥିବା ବେଳେ ପୁଲିସ ଶିଶୁକୁ ଉଦ୍ଧାର କରିବା ସହ ସନ୍ଧ୍ୟାଙ୍କୁ ଗିରଫ କରିଛି।

ପ୍ରକାଶଯୋଗ୍ୟ ଯେ ବାଲିଆପାଳ ଥାନା କୋହ୍ଲାଚଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନିଶା ଗତ ୮ ତାରିଖରେ ଏକ ଶିଶୁ ପୁତ୍ରକୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଇଥିବା ବେଳେ ଏହାର ମାତ୍ର ୮ ଘଣ୍ଟା ପରେ ଅର୍ଥାତ୍ ୯ ତାରିଖ ସକାଳେ ଶିଶୁକୁ କିଏ ଚୋରି କରି ନେଇଥିଲା। ଘଟଣାରେ ଜଣେ ଅପରିଚିତ ମହିଳାଙ୍କ ସମ୍ପୃକ୍ତି ଥିବାର ପୁଲିସ ଜାଣିବା ସହ ହସ୍ପିଟାଲ ବସଷ୍ଟାଣ୍ଡ, ରେଳ ଷ୍ଟେସନର ଫୁଟେଜ ଯାଞ୍ଚ କରିଥିଲା। ବାଲେଶ୍ଵର ଏସପି ସାଗରିକା ନାଥ ନିଜେ ଏହି ସମ୍ବେଦନଶୀଳ ଘଟଣାକୁ ମନିଟରିଂ କରୁଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.