Type Here to Get Search Results !

ଆଜି ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌-ଉଲ-ଅଜହା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

 



ନୂଆଦିଲ୍ଲୀ:-

ଆଜି ମୁସଲମାନ ଭାଇ ଭାଉଣୀମାନଙ୍କର ବଡ଼ ପର୍ବ ଇଦ୍-ଉଲ-ଅଜହା(ବକରିଦ୍)। ଏହି ଅବସରରେ ସାରା ଦେଶରେ ବେଶ୍ ଧୁମ୍ଧାମରେ ପାଳନ କରାଯାଉଛି ଇଦ୍-ଉଲ-ଅଜହା। ରମଜାନ ଶେଷ ହେବାର ୭୦ ଦିନ ପରେ ଏହି ପର୍ବ ପାଳନ କରାଯାଏ। ଏହି ଅବସରରେ ସକାଳୁ ସକାଳୁ ମସଜିଦ୍ ଗୁଡ଼ିକରେ ନମାଜ ପାଠ କରିବାକୁ ଲୋକଙ୍କ ଭିଡ଼ ଜମିଛି।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ବହୁ ବରିଷ୍ଠ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଲେଖିଛନ୍ତି ଯେ, ଇଦ୍-ଉଲ-ଅଜହା ଅବସରରେ ସମସ୍ତ ଦେଶବାସୀ ଏବଂ ବିଦେଶରେ ରହୁଥିବା ଭାରତୀୟ, ବିଶେଷ ରୂପରେ ଆମ ମୁସଲମାନ ଭାଇ ଭଉଣୀମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଉତ୍ସବ ତ୍ୟାଗ ଏବଂ ବଳିଦାନର ପ୍ରତୀକ। ଏହା ପ୍ରେମ, ଭାଇଚାରା ଏବଂ ସାମାଜିକ ସଦଭାବନାର ସନ୍ଦେଶ ଦିଏ। ଏହି ଉତ୍ସବ ମାନବତା ଏବଂ ନିସ୍ଵାର୍ଥ ସେବା କରିବା ପାଇଁ ପ୍ରେରିତ କରେ।

ଏହି ପବିତ୍ର ଉତ୍ସବକୁ 'ବଳିଦାନ ପର୍ବ’ ମଧ୍ୟ କୁହାଯାଏ। ଏହି ପର୍ବ ଧୁ ଉଲ-ହିଜ୍ଜାହଙ୍କ ୧୦ ତମ ଦିନରେ ପାଳନ କରାଯାଇଥାଏ। ଯାହା ଇସଲାମିକ୍ କିମ୍ବା ଚନ୍ଦ୍ର କ୍ୟାଲେଣ୍ଡରର ୧୨ ତମ ମାସ । ଏହି ପର୍ବ ବାର୍ଷିକ ହଜ୍ ଯାତ୍ରାର ସମାପ୍ତିର ଚିହ୍ନି। ପ୍ରତିବର୍ଷ, ତାରିଖ ବଦଳିଥାଏ କାରଣ ଏହା ଇସଲାମିକ କ୍ୟାଲେଣ୍ଡର ଉପରେ ଆଧାରିତ, ଯାହା ପାଶ୍ଚାତ୍ୟ ୩୬୫ ଦିନର ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଠାରୁ ପ୍ରାୟ ୧୧ ଦିନ ଛୋଟ।

ଇଦ୍-ଉଲ –ଅଜହା ଖୁସି ଓ ଶାନ୍ତିର ପର୍ବ। ଯାହାକୁ ଲୋକମାନେ ନିଜ ପରିବାର ସହ ମନାଇଥାନ୍ତି। ଏହି ସମୟରେ ବାଦବବାଦକୁ ଦୂର କରି ଜଣେ ଆଉ ଜଣଙ୍କ ସହ ଦୃଢ଼ ସମ୍ପର୍କ ପ୍ରତିଷ୍ଠା କରିଥାଏ। ଏହି ପର୍ବ ୪ ହଜାର ବର୍ଷର ପୁରୁଣା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.