ଭୁବନେଶ୍ୱର:-
ଗ୍ରୀଷ୍ମ ଛୁଟି ପାଇଁ ସ୍କୁଲ ବନ୍ଦ ରହିଛି । ମଙ୍ଗଳବାରଠୁ ସ୍କୁଲ ଖୋଲିବ । ଏନେଇ ସପ୍ତାହ ହେଲାଣି ପ୍ରସ୍ତୁତି ଆରମ୍ଭ ହୋଇଛି । ସୋମବାର ସଂପୂର୍ଣ୍ଣ ଭାବେ ସ୍କୁଲର ସମସ୍ତ ଶ୍ରେଣୀ ଗୃହଠାରୁ ଆରମ୍ଭ କରି କ୍ୟାମ୍ପସ ସବୁ ସ୍ଥାନକୁ ଯାଞ୍ଚ କରାଯିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ସୋମବାର ଶିକ୍ଷକ, ପାଚିକା ଓ ସହାୟିକା ସ୍କୁଲ ଆସିବେ ।
ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟା ଯିବ। ପାଣି ଟାଙ୍କି ସଫା କରାଯିବ । ଶ୍ରେଣୀ ଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫା କରିବା ସହ ପିଲା ବସିବା ପାଇଁ ଉପଯୋଗୀ କରାଯିବ । ଶୌଚାଳୟକୁ ନିଶ୍ଚିତ ଭାବେ ସଫେଇ କରାଯିବ । ଏହାର ଏକ୍ସପାରୀ ତାରିଖକୁ ଯାଞ୍ଚ କରି ରଖାଯିବ । ନୂଆ ସାମଗ୍ରୀ ଅଣାଯିବ । ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇ ରଖାଯିବ। ଇଣ୍ଟରନେଟ୍ ସଂଯୋଗକୁ ନିଶ୍ଚିତ କରାଯି । ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ। ପିଲାଙ୍କୁ ଶୁଦ୍ଧ ପାଣି ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ । ସେହିପରି ସ୍କୁଲ ଖୋଲିବା ଦିନ ଠାରୁ ମଧ୍ୟାହ୍ନ ଭୋଜନ ଦିଆଯିବ । ତେଣୁ, ରୋଷେଇ ଶାଳ, ବାସନ, ଗ୍ୟାସ୍ ଷ୍ଟୋଭ୍ ସବୁକୁ ସଫା କରାଯିବ । ସମସ୍ତ ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀକୁ ଯାଞ୍ଚ କରାଯିବ । ତେଣୁ ସ୍କୁଲ କର୍ତ୍ତୃପକ୍ଷ ପାଚିକାଙ୍କୁ ରୋଷେଇ ସାମଗ୍ରୀ ହସ୍ତାନ୍ତର କରିବା ପୂର୍ବରୁ ଯାଞ୍ଚ କରିବାକୁ କୁହାଯାଇଛି ।