Type Here to Get Search Results !

ବିଶ୍ୱକପରେ ଆଜି ଭାରତ - ଆମେରିକା ମୁକାବିଲା । ପ୍ରଥମ ଥର ଦୁଇ ଦଳ ହେବେ ମୁହାଁମୁହିଁ ।

 



ନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଆଜି ଆୟୋଜକ ଆମେରିକାକୁ ଭେଟିବ ରୋହିତ ବାହିନୀ । ଆଜିର ମ୍ୟାଚ୍ ଜିତି ସୁପର-୮କୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଦଳ । ଦୁଇଟି ଯାକ ଟିମ୍ ପୂର୍ବ ଦୁଇଟି ମ୍ୟାଚରେ ଅପରାଜୟ ରହିଥିବା ବେଳେ ଆଜିର ମ୍ୟାଚରେ ସହଜ ବିଜୟ ନେଇ ଲକ୍ଷ୍ୟ ରଖିଛନ୍ତି । ରୋହିତ ବାହିନୀ ଆମେରିକାକୁ ହରାଇ ସୁପର-୮କୁ ଯିବାକୁ ଯୋଜନା କରିଥିବା ବେଳେ ପାକିସ୍ତାନ ଭଳି ଭାରତ ବିରୋଧରେ ମଧ୍ୟ ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରିଛି ଆମେରିକା ଟିମ୍ ।

ଏହି ମ୍ୟାଚରେ ଭାରତ ନିଜର ବ୍ୟାଟିଂକୁ ସୁଦୃଢ କରିବାକୁ ପ୍ରୟାସ କରିବ । ଆମେରକା ଟିମରେ ୬ରୁ ଉଦ୍ଧ୍ୱର୍ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଥିବା ବେଳେ ଆଜିର ମ୍ୟାଚକୁ କ୍ରିକେଟ ପ୍ରେମୀ ମାନେ ଇଣ୍ଡିଆ ବନାମ ମିନି ଇଣ୍ଡିଆ ମଧ୍ୟରେ ମ୍ୟାଚ ବୋଲି ବିବେଚନା କରୁଛନ୍ତି । କ୍ରିକେଟ ମଇଦାନରେ ଉଭୟ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଥିବା ବେଳେ କ୍ରିକେଟ ଇତିହାସରେ ନୂଆଫର୍ଦ୍ଦ ଯୋଡିହେବ ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.