ଚାନ୍ଦବାଲି:-
ଭଦ୍ରକ ଜିଲ୍ଲା ଆରଡିରେ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ପାଇଁ ମଙ୍ଗଳବାର ସନ୍ଧ୍ୟା ଠାରୁ ଉତ୍ସବ ମୁଖର ହୋଇ ଉଠିଥିଲା ସମଗ୍ର ପୀଠ । ମନ୍ଦିର ପରିସର ଓ ପୀଠକୁ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇଥିବା ବେଳେ ଫୁଲରେ ଝଲସୁଛି ଥିଲା ମନ୍ଦିର ମୁଖ୍ଯ ଦ୍ବାର
ସୋମବାର ବୈଦିକ ରୀତିନୀତି ଅନୁଯାୟୀ ବରପିତା କେଦାରନାଥ ପାଢୀ ଓ କନ୍ଯାପିତା ଗଦାଧର ପାଢୀଙ୍କ ପକ୍ଷରୁ ଦେବଦମ୍ପତିଙ୍କର ମଙ୍ଗଳପାଗ ନୀତି ଓ ମଙ୍ଗଳବାର ବରଧରା ସମ୍ପନ୍ନ ହୋଇଥିବା ବେଳେ ରାତିରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେଲା ।
