Type Here to Get Search Results !

କୋରାପୁଟ ରାୟଗଡ ରେଲୱେ ଟ୍ରାକରେ ବିଏସଏଫ ଯବାନଙ୍କ ମୃତଦେହ ଠାବ

 




କୋରାପୁଟ :-

ବିଏସଏଫ ଯବାନଙ୍କ ମୃତଦେହ ଠାବ । କୋରାପୁଟ ରାୟଗଡ ରେଲୱେ ଟ୍ରାକରେ ମୃତଦେହ ଉଦ୍ଧାର ହୋଇଛି । ଯବାନ ଜଣକ ଜୀବନ ହାରିଥିବା ସନ୍ଦେହ କରାଯାଉଛି । କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରେ ଅଘଟଣ । ମୃତକ ବିଏସଏଫ କନେଷ୍ଟବଳ ଦେବରାଜ ପ୍ରଧାନ । ପାରିବାରିକ କୋହଳ ଯୋଗୁଁ ଦେବରାଜ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।

ଗତକାଲି ସକାଳେ ଯବାନ ଜଣଙ୍କ ଡ୍ୟୁଟିକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ଯବାନଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଖୋଜାଖୋଜା କରିଥିଲେ ହେଲେ ପାଇ ନଥିଲେ। ଆଜି ସକାଳେ ଯବାନଙ୍କ ମୃତଦେହ ରେଲୱେ ଟ୍ରାକରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.