୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ କରି ବହୁ ସଂଖ୍ୟା ରେ ଭୋଟ ହାସଲ କରି ସରକାର ଗଠନ କରିଛି । ଏବେ ରାଜ୍ୟ ରେ ମୋହନ ଚନ୍ଦ୍ର ମାଝୀ ପ୍ରଥମ ଥର ନୂଆଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପରେ ଏହା ପରେ ପୂର୍ବତନ ବରଗଡ଼ ଲୋକସଭା ସାଂସଦ ସୂରେଶ ପୂଜାରୀ ଟାଣୁଆ ନେତା ତଥା ବର୍ତ୍ତମାନ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ ବିଜେପି ସରକାର ଗଠନରେ ପ୍ରମୁଖ ଚେହେରା ସହ ଓଡ଼ିଶା ରେ ରାଜ୍ୟ କେବିନେଟ୍ ମନ୍ତ୍ରୀ ପଦ ପାଇ ସାରିଛନ୍ତି ହେଲେ । ଶ୍ରୀ ପୂଜାରୀ ଙ୍କୁ କେଉଁ ବିଭାଗ ରେ ରଖାଯିବ ତାହା ଏ ପର୍ଯ୍ୟନ୍ତ କୌଣସି ସ୍ବଷ୍ଟ ହୋଇନାହିଁ । ରାଜ୍ୟ ରେ ଶ୍ରୀ ପୂଜାରୀ ବେଶ ରାଜନିତୀରେ ବେଶ୍ ପାରଙ୍ଗମ ଥିବା ୨୦୦୬ ରୁ ୨୦୦୯ ମସିହାରେ ଭାରତୀୟ ଜନତା ପାର୍ଟି ଭାଜପା ଦଳରେ ଅନେକ ପଦ ପଦବୀରେ ରହି ନିଜର କାର୍ଯ୍ୟ ଦକ୍ଷତା ସହ ସମ୍ପାଦନ କରିଥିବାର ବେଶ ଅଭିଜ୍ଞତା ରହିଛି । ଶ୍ରୀ ପୂଜାରୀ ଦଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ଦଳର ଅନେକ ଗୁରୁତ୍ଵପୂର୍ଣ ଦାୟିତ୍ଵ ନେବା ସହ ବିଜେପିର କେନ୍ଦ୍ରୀୟ କମିଟି ରେ ସଦସ୍ୟ ରହି ସାଫଲ୍ୟ ମଣ୍ଡିତ କରିଛନ୍ତି । ପୂଜାରୀ ଜଣେ ଦୁଃସାହାସିକ, ଛାତ୍ର ଜୀବନରୁ ଅତ୍ୟନ୍ତ ମେଧାବୀ, ବକ୍ତବ୍ୟ, ଜଣେ ଦକ୍ଷ ଆଇନଜୀବି, ଦକ୍ଷ ସୁସଂଗଠକ, ଜଣେ ସ୍ବାଧୀନ ଚେତନାର ମଣିଷ ସହ ଭଲ ରାଜନେତା ଭାବେ ଦେଶରେ ତାଙ୍କର ଖ୍ୟାତି ରହିଅଛି । ଶ୍ରୀ ପୂଜାରୀ ପଶ୍ଚିମ ଓଡ଼ିଶା ତଥା ଓଡ଼ିଶା ର ଜଣେ ଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରିବାର ଦକ୍ଷତା ସମ୍ପନ୍ନ ନେତା ।
ଶ୍ରୀ ପୂଜାରୀ ୨୦୧୯ ନିର୍ବାଚନରେ ବରଗଡ଼ ସଂସଦୀୟ ରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ୨୦୨୪ ନିର୍ବାଚନରେ ବ୍ରଜରାଜନଗର ମାଟି ରେ ବିଧାନସଭା ପ୍ରାର୍ଥୀ ଭାବେ ହୋଇ ପୂର୍ବତନ ତଥା ପୂର୍ବତନ ବିଧାୟକଙ୍କ ୰ କିଶୋର କୁମାର ମହାନ୍ତି ଙ୍କ ସ୍ତ୍ରୀ ଅଳକା ମହାନ୍ତିଙ୍କୁ ପରାଜିତ କରି ୨୬୦୦୦ ରୁ ଅଧିକ ଭୋଟ୍ ରେ ବିଜୟୀ ହୋଇଛନ୍ତି ।
ବ୍ରଜରାଜନଗର ବାସୀ ଦୀର୍ଘ 44 ବର୍ଷ ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ରାଜ୍ୟ କ୍ୟାବିନେଟ ରେ ମାନ୍ୟବର ସୁରେଶ ପୂଜାରୀ ଙ୍କୁ କ୍ୟାବିନେଟ ମନ୍ତ୍ରୀ ରୂପେ ପାଇଲା ପରେ ଏହି ନିର୍ବାଚନ ମଣ୍ଡଳୀର
ଲଖନପୁର ବ୍ଲକ୍ ଅଧୀନରେ ଥିବା ଅଣେଇଶ ଖଣ୍ଡ ମୌଯା କନକତୋରା ଚାଣ୍ଟିପାଲି ବ୍ରଜରାଜନଗର ମାଟିରେ ଓଡିଶା ପ୍ରଦେଶ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ ଙ୍କୁ ପାଇ ବେଶ୍ ଖୁସି ।
ଜିଲ୍ଲା ରେ ସ୍ବାସ୍ଥ୍ୟ, ଶିକ୍ଷା, ଗମନା ଗମନ ଜିଲ୍ଲା ସଦର ମହକୁମା ଠୁ ନେଇ NH 49 କୁ ଚାରି ଲେନ୍ସ ବିଶିଷ୍ଟ ପ୍ରସସ୍ଥି କରଣ, ଇବ୍ ନଦୀ ଉପରେ ୨ୟ ସେତୁର ନିର୍ମାଣ, ଓରିଏଣ୍ଟ୍ ପେପର୍ ମିଲ୍ କୁ ପୁନଃ କାର୍ଯ୍ୟକ୍ଷମ କରିବା , ସମସ୍ତ ହୀରାକୁଦ ବିସ୍ଥାପିତଙ୍କୁ ଜମି ପଟ୍ଟା ପ୍ରଦାନ, ସ୍ଥାନୀୟ ନିଯୁକ୍ତି ଉପରେ ମାନ୍ୟବର ଶ୍ରୀ ପୂଜାରୀ ଧ୍ୟାନ ଦେବେ ବୋଲି ଆସ୍ଥା ପ୍ରକଟ କରିଛନ୍ତି ।