Type Here to Get Search Results !

କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ପିଟିଲା ମାଲବାହୀ ଟ୍ରେନ୍

 


ଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୫ ଜଣ ଆହତ ହୋଇଥିବା କୁହାଯାଉଛି।

ଜଳପାଇଗୁଡି ନିକଟରେ ଏହି ଦୁର୍ଘଟଣା ହୋଇଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦା ଯାଉଥିଲା।

ଏତିକି ବେଳେ ଦ୍ରୁତ ଗତିରେ ଆସି ମାଲବାହୀ ଗାଡି ଟ୍ରାକ୍ରେ ଠିଆ ହୋଇଥିବା ଏକ୍ସପ୍ରେସ୍ ଟ୍ରେନ୍କୁ ପଛପଟୁ ଧକ୍କା ଦେଇଛି। ଏଥିରେ ଦୁଇଟି ପାସେଞ୍ଜର ଓ ଗୋଟିଏ ପାର୍ସଲ ବଗି ଭୟଙ୍କର ରୂପେ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ସମସ୍ତ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲକୁ ଆଲର୍ଟ କରାଯାଇଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.