ନୂଆଦିଲ୍ଲୀ:-
୨୦୨୪ ଲୋକସଭା ନିର୍ବାଚନରେ ଶାସକ ଏନ୍ଡିଏ ମେଣ୍ଟ ସଂଖ୍ୟାଗରିଷ୍ଠତା ପାଇବା ପରେ ଆଗାମୀ ତୃତୀୟ ପାଳି ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଭାବେ ଆଜି ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି। ମୋଦ ଏନ୍ଡିଏର ନେତା ନିର୍ବାଚିତ ହେବା ପରଠାରୁ ୯୦ରୁ ଅଧିକ ରାଷ୍ଟ୍ରନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ଜର୍ମାନ ଚାନସେଲର ଓଲାଫ୍ ସ୍କଲ୍ଜ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ରୁଷ୍ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ୍ ମଧ୍ୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ।