Type Here to Get Search Results !

ମୁରଲୀ ଶର୍ମାଙ୍କ ରଣନୀତି ଆଗରେ ମାତ ପଡ଼ିବେ କି ବିରୋଧୀ


ଚମ୍ପୁଆ :- 

ଚମ୍ପୁଆ ନିର୍ବାଚନ ମଣ୍ଡଳୀ ରେ ଡ଼ ମୁରଲୀ ମନୋହର ଶର୍ମା ଜଣେ ଅତି ପରିଚିତ ଚେହେରା। ସେ ତାଙ୍କର ଆମୟିକ, ବନ୍ଧୁ ବତ୍ସଳ ଓ ସ୍ନେହୀ ସ୍ଵଭାବ ଯୋଗୁଁ ସାଧାରଣ ଜନତାଙ୍କର ଅତି ନିକଟତର ହୋଇ ପାରିଛନ୍ତି। ଡ଼ ମୁରଲୀ ମନୋହର ଶର୍ମା ଙ୍କ ଜନ୍ମ କେନ୍ଦୁଝର ଜିଲ୍ଲା  ବଡବିଲ ଠାରେ  ହୋଇଥିବା ବେଳେ  ସେ କଲେଜ ଶିକ୍ଷା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଜଣେ ଟାଣୁଆ ସଂଗଠକ ଭାବେ ପରିଚିତ ହୋଇ ପାରିଥିଲେ। ସେ ବଡବିଲ ସହର ରାସ୍ତା , ପାଣି, ସ୍ବାସ୍ଥ୍ୟ ସେବା , ବିଜୁଳୀ ବ୍ୟବସ୍ଥା ରେ ସୁଧାର , ବଡବିଲ ଠାରେ କୋର୍ଟ ଓ ଦମକଳ କେନ୍ଦ୍ର ସ୍ଥାପନ ଆଦି ଦାବି କୁ ନେଇ ଗଣ ଧାରଣ, ବିକ୍ଷୋଭ ଓ ବନ୍ଦ ଡାକରା ଦେଇ  ଜନସାଧାରଣଙ୍କ ଅସ୍ଥା ଭାଜନ ହୋଇପାରିଥିଲେ। ଏହା ପରେ ସେ ବିଜେପି ଦଳର ସକ୍ରିୟ ରାଜନୀତି ରେ ଯୋଗ ଦେଇଥିବା ବେଳେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ରେ ବିଜେପି ର ଜଣେ ପ୍ରମୁଖ ଚେହେରା ହୋଇପାରିଥିଲେ। ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ରେ ଶିକ୍ଷା, ସାହିତ୍ୟ, ଧର୍ମ ସଂସ୍କୃତି, ଔଦ୍ୟୋଗିକ ବିକାଶ, ନିଯୁକ୍ତି ସୁଯୋଗ ଓ କ୍ରୀଡା ର ଉନ୍ନତି ଦିଗରେ ଅନେକ କାର୍ଯ୍ୟ କରିଛନ୍ତି। ସେ ଦୁର୍ନୀତି ବିରୋଧ ରେ ସଂଗ୍ରାମ କରିବା ସହିତ କୃଷକ ମାନଙ୍କ ହକ ପାଇଁ ଅନେକ ଆନ୍ଦୋଳନ କରିଛନ୍ତି। ତାଙ୍କର ଦଳ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଓ  ଲୋକପ୍ରିୟତାକୁ  ଦୃଷ୍ଟି ରେ ରଖି ବିଜେପି ଦଳ ପ୍ରତି ବର୍ଷ ପରି ଏଥର ମଧ୍ୟ ଚମ୍ପୁଆ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ପ୍ରଦାନ କରିଛି। ଟିକେଟ ପାଇବା ପରେ ଶ୍ରୀ ଶର୍ମା ଗାଁ ଗାଁ ରେ ମାରାଥନ ପ୍ରଚାର , ରାଲୀ ଓ ସଭା ସମିତି କରୁଥିବା  ବେଳେ ବିଗତ ଦିନର ଅନୁଭୂତି କୁ ପାଥେୟ କରି ନିର୍ବାଚନ ରଣନୀତି ରେ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି।  ଶ୍ରୀ ଶର୍ମାଙ୍କ ସଭାସମିତି ଓ ରାଲିରେ  ହଜାର ହଜାର ସଂଖ୍ୟା ରେ ଲୋକ ମାନଙ୍କ ଯୋଗଦାନ କରିବା ତାଙ୍କ ପ୍ରତି ଲୋକଙ୍କ ସମର୍ଥନ କୁ ସୂଚାଇ ଦେଉଛି।  ତେବେ ରାଜନୈତିକ  ବିରୋଧୀ ମାନେ ଏକ ତରଫା ନିର୍ବାଚନ ଜିତିବା ଆଶାରେ ଆତ୍ମ ବିଭୋର ହୋଇ ରହିଥିବା ବେଳେ ଶ୍ରୀ ଶର୍ମାଙ୍କ ବିଶେଷ ରଣନୀତି ଯୋଗୁଁ ସାଧାରଣ ଜନତା ବିଜେପି ମୁହାଁ ହେଉଥିବା ଦେଖିବାକୁ ମିଳିଛି।  ମୁରଲୀ ଶର୍ମାଙ୍କ ଲୋକପ୍ରିୟତା ଓ  ବିଶେଷ ରଣନୀତି କୁ ଦେଖି ରାଜନୈତିକ ସମୀକ୍ଷକ ମାନେ ଏଥର ମୁରଲୀ ଶର୍ମା ବିଜୟ ମୁକୁଟ ପିନ୍ଧି ପାରନ୍ତି ବୋଲି ମତ ବ୍ୟକ୍ତ କରିଛନ୍ତି। କେନ୍ଦୁଝର ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.