Type Here to Get Search Results !

ଆସନ୍ତା କାଲି ଦ୍ଵିତୀୟ ପର୍ଯ୍ୟନ୍ତ ମତଦାନ, ୫ ଲୋକସଭା ଓ ୩୫ ବିଧାନସଭା ରେ ହେବ ମତଦାନ

 


ଭୁବନେଶ୍ୱର :-

ଗତ ମେ ୧୩ ରେ ହୋଉଥିଲା ପ୍ରଥମ ପର୍ଯ୍ୟାୟ ମତଦାନ। ଆସନ୍ତା କାଲି ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ୫ ଟି ଲୋକସଭା କ୍ଷେତ୍ର ଓ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ। ଭୋଟର ଙ୍କ ହାତରେ ହେବ ନେତାଙ୍କ ଭାଗ୍ୟ ନିର୍ଧାରଣ। EVM ମେସିନ ଭିତରେ ରହିବ ନେତାଙ୍କ ବିଜୟ ପରାଜୟ ର ମାନଦଣ୍ଡ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା କାଲି ଭୋଟର କରିବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ। ୫ ଟି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆସନ୍ତା କାଲି  ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ଆସ୍କା ଓ କାନ୍ଧମାନ ରେ ଆସନ୍ତା କାଲି ଭୋଟର ବାଛିବେ ନିଜ ଲୋକସଭା ସାଂସଦ। ସେଇଭଳି ବିଜେପୁର, ପଦ୍ମପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡା, ତଳସରା, ବୀରମିତ୍ରପୁର, ସୁନ୍ଦରଗଡ଼, ରଘୁନାଥପାଲି, ରାଜଗାଙ୍ଗପୂର୍, ରାଉରକେଲା, ବଣେଇ, ବିରମହାରାଜପୁର, ସୁବର୍ଣ୍ଣପୁର, ଲୋଇସିଙ୍ଗା, ପାଟଣାଗଡ଼, ବଲାଙ୍ଗୀର, ଟିଟଲାଗଡ଼, କଣ୍ଟାବାଞ୍ଜି, ବାଲିଗୁଡା, ଜି ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ଆସ୍କା, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ଏପରି ୩୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା କାଲି ନିର୍ବାଚମ ହେବାକୁ ଯାଉଛି। ସମସ୍ତ ଅଞ୍ଚଳରେ ସୁରୁଖୁରୁରେ ନିର୍ବାଚନ କିଭଳି ହେବ ଏନେଇ ନିର୍ବାଚନ କମିଶନ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ବର୍ତମାନ ପର୍ଯ୍ୟନ୍ତ ବୁଥ ଗୁଡିକରେ ପୋଲିଙ୍ଗ କର୍ମଚାରି ପହଂଚି ସାରିଥିବା ବେଳେ ପୋଲିସ ବାହିନୀ ଓ ଅର୍ଦ୍ଧ ସମରିକ ବାହିନୀ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି। ଖରା କୁ ଦେଖି ଆବଶ୍ୟକୀୟ ପାନୀୟ, ଓଆରଏସ ତଥା ଆସୁ ଚିକିତ୍ସା ପାଇଁ ଯାବତୀୟ ଜିନିଷ ମହଜୁଦ ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.