Type Here to Get Search Results !

ନିର୍ବାଚନ କମିଶନ ଙ୍କ ଛାଟ - ମିଶନଶକ୍ତି ସଚିବ ସୁଜାତା ପାଣ୍ଡିଆନ୍‌ଙ୍କ ବଦଳି ନିର୍ଦ୍ଦେଶ

 


ଭୁବନେଶ୍ୱର :-

ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ୍‌ଙ୍କ ନାଁରେ ବିଜେପି ଫେରାଦ କରିଥିଲା। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ନେତୃତ୍ଵରେ ନିର୍ବାଚନ କମିଶନ ଙ୍କୁ ପତ୍ର ମାଧ୍ୟମରେ ଫେରାଦ ଦେଇଥିଲେ। ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନ୍‌ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ଆଣିଥିଲା ବିଜେପି। ସରକାରୀ ଅଧିକାରୀ ହୋଇ ସୁଜାତା ବିଜେଡି ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ଅଣାଯାଇଥିଲା ଅଭଯୋଗ ପତ୍ରରେ। ମିଶନ ଶକ୍ତି ମହିଳାଙ୍କୁ ବିଜେଡି ଓ ନିର୍ବାଚନୀ କାମରେ ନିୟୋଜିତ କରୁଥିବା ଅଭିଯୋଗ କରିଥିଲା ବିଜେପି। ସରକାରୀ କଳର ଅପବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ମଧ୍ୟ ବିଜେପି ଆଣିଥିଲା।ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ କମିଶନରଙ୍କଠାରେ ଦାବି କରାଯାଇଥିଲା ପତ୍ର ମାଧ୍ୟମରେ। ତେଣୁ ତୁରନ୍ତ ମିଶନ ଶକ୍ତି ସଚିବ ପଦରୁ ହଟାଇବାକୁ ଦାବି କରିଥିଲା ବିଜେପି।

ଗତ କାଲି ଏନେଇ ସୁଜାତା ପାଣ୍ଡିଆନ୍‌ଙ୍କ ଉପରେ ଭାରତର ନିର୍ବାଚନ ଆୟୋଗ ଆକ୍ସନ ନେଇଥିବା ଦେଖାଯାଇଛି। ସୁଜାତା ପାଣ୍ଡିଆନ୍‌ଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ବଦଳି ନିର୍ଦ୍ଦେଶ ହୋଇଥିବା ବିଷୟରେ ଗତକାଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିଜେପିର ସଙ୍ଗିନ ଅଭିଯୋଗ ପରେ ECIଙ୍କ ଆକ୍ସନ୍ ସୂଚନା ହୋଇଥିବା କୁହାଯାଉଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.