ଝାରସୁଗୁଡ଼ା :-
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ପରିଚାଳିତ ମିଶନ ଆଶ୍ରା ଓ ମିଶନ ଆଶାଲୋକରୁ ୫ ଜଣ ମାନସିକ ବିକାର ଗ୍ରସ୍ତ ମହିଳା ଓ ପୁରୁଷ ଚିକିତ୍ସା ଓ ଯତ୍ନ ପାଇ ସୁସ୍ଥ ହେଲା ପରେ ନିଜ ନିଜ ପରିବାରକୁ ହସ୍ତାନ୍ତର କରାଯାଇଛି। ସେମାନେ ହେଲେ ପଶ୍ଚିମବଙ୍ଗର ପ୍ରତିମା ମାଝୀ ଓ ଇତି ଘୋଷ ଏବଂ ଛତ୍ତିଶଗଡ଼ର ଶୁଖିଲାଲ କାଶ୍ୟପ, ସୁନ୍ଦରଗଡ଼ର ହେମନ୍ତ କୁମାର ଏକା, ଝାରସୁଗୁଡ଼ାର ମୁନୁ ମହାନନ୍ଦ। ଏଠାରେ ସୂଚନା ଥାଉକି ପ୍ରତିମା ମାଝୀ ପଶ୍ଚିମ ବଙ୍ଗରୁ ଦୀର୍ଘ ୨ ବର୍ଷ ଧରି ନିଖୋଜ ଥାଇ ଝାରସୁଗୁଡ଼ାର ବଡ଼ମାଲ ପୋଲିସ ଷ୍ଟେସନ ଦ୍ଵାରା ଉଦ୍ଧାର କରାଯାଇ ଗତଃ ତା-୨୭/୦୩/୨୦୨୨ ରିଖ ରେ ମିଶନ ଆଶ୍ରାରେ ଭର୍ତ୍ତି କରାଯାଇଥିଲା।
ସେହି ପରି ମଧ୍ୟ ଇତି ଘୋଷ ମାନସିକ ଭାରସାମ୍ୟ ହରାଇ ନିଖୋଜ ଥାଇ ଗତ ତା-୨୫/୧୨/୨୦୨୩ ରିଖ ଦିନ ବ୍ରଜରାଜନଗର ପୋଲିସଙ୍କ ଦ୍ବାରା ଉଦ୍ଧାର କରାଯାଇ ମିଶନ ଆଶ୍ରା ରେ ଭର୍ତ୍ତି କରାଯାଇଥିଲା।
ପରେ ପରେ ଶୁଖିଲାଲ କାଶ୍ୟପ ନାମକ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଛତ୍ତିଶଗଡ଼ ରାଜ୍ଯର ବସ୍ତାର ଜିଲ୍ଲାର କରକାପାଲ ଗ୍ରାମରୁ ପ୍ରାୟ ୧ ବର୍ଷ ହେବ ନିଖୋଜ ଥାଇ ଟାଉନ ପୁଲିସ ଦ୍ବାରା ଉଦ୍ଧାର କରାଯାଇ ମିଶନ ଆଶାଲୋକରୁ ଗତ ୨୦୨୩ ମସିହା ଅଗଷ୍ଟ ମାସ ୧୧ ତାରିଖରେ ଭର୍ତ୍ତି କରାଯାଇଥିଲା।
ପୁର୍ନବାର ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ର ହେମନ୍ତ କୁମାର ଏକା ତା-୩୦/୦୧/୨୦୨୩ ରିଖ ଦିନ ମିଶନ ଆଶାଲୋକ ଉଦ୍ଧାର କାରି ଦଳଙ୍କ ଦ୍ଵାରା ବଡ଼ମାଲ ଠାରୁ ଉଦ୍ଧାର କରାଯାଇ ମିଶନ ଆଶାଲୋକ ରେ ଭର୍ତ୍ତି କରାଯାଇଥିଲା ଏବଂ ଝାରସୁଗୁଡ଼ାର ମୁନୁ ମହାନନ୍ଦ ତା-୨୮/୦୩/୨୦୨୩ ରିଖ ଦିନ ପରିବାର ଲୋକ ଙ୍କ ଦ୍ବାରା ଭର୍ତ୍ତି କରାଯାଇଥିଲା। ସମସ୍ତ କେନ୍ଦ୍ରର କର୍ମଚାରୀ ମାନଙ୍କ ଦ୍ବାରା ଦୀର୍ଘ ଦିନର ଚିକିତ୍ସା ଓ ଯତ୍ନ ନେବା ପରେ ସୁସ୍ଥ ହୋଇ ନିଜର ପୂର୍ବ କଥା ମନେ ପକାଇ ନିଜ ନିଜର ସ୍ଥାୟୀ ଠିକଣା କହିଥିଲେ, ଯାହାକି ସଂସ୍ଥାର କର୍ମଚାରୀ ମାନଙ୍କ ପାଇଁ ତାଙ୍କୁ ନିଜ ଘର କୁ ଫେରାଇବାର ଯୋଜନା କରିବାରେ ସହାୟ ହୋଇଥିଲା। ଏହା ପରେ ପରେ କର୍ମଚାରୀ ମାନଙ୍କ ଦ୍ଵାରା ଛତ୍ତିଶଗଡ଼ ଓ ପଶ୍ଚିମ ବଙ୍ଗ ରାଜ୍ୟର ପୋଲିସ ପ୍ରଶାସନ ସହ ଆଲୋଚନା କରି ଠିକଣା ର ସତ୍ୟା ସତ୍ୟ ଅନୁଧ୍ୟାନ କରିଥିଲେ। ଖବର ପାଇ ସୁଦୂର ଛତ୍ତିଶଗଡ଼ ଓ ପଶ୍ଚିମ ବଙ୍ଗ ରାଜ୍ୟରୁ ଅନ୍ତେବାସୀଙ୍କର ସମ୍ପର୍କୀୟ ମାନେ ଝାରସୁଗୁଡ଼ା ରେ ପହଞ୍ଚିଛି ପ୍ରତିମା ମାଝୀ,ଇତି ଘୋଷ ଓ ଶୁଖିଲାଲ କାଶ୍ୟପ ଙ୍କୁ ଘରକୁ ଫେରାଇ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସମସ୍ତ ରେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ର ହେମନ୍ତ କୁମାର ଏକା ଏବଂ ଝାରସୁଗୁଡ଼ା ର ମୁନୁ ମହାନନ୍ଦ ମିଶନ ଆଶାଲୋକରେ ଦୀର୍ଘ ୧ ବର୍ଷ ରୁ ଅଧିକ ଦିନ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ସଫଳତାର ସହିତ ନିଜ ନିଜ ଘର କୁ ଫେରିଛନ୍ତି।
ଉକ୍ତ ଘର ବାହୁଡ଼ା କାଯ୍ୟକ୍ରମ କୁ ପିପୁଲସ ଫୋରମ୍ କର୍ମଚାରୀ ମାନଙ୍କ ଦ୍ଵାରା ସୂଚାରୁ ରୂପେ ପରିଚାଳନା କରାଯାଇଥିଲା।ଯାହା କି ଅନ୍ତେବାସୀ ମାନଙ୍କ ର ସମ୍ପର୍କୀୟ ମାନେ ଝାରସୁଗୁଡ଼ା ଜିଲ୍ଲା ର ଏହି କାଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ରୁ ଭୂୟସୀ ପ୍ରସଂଶା କରିଥିଲେ। ଏହି ଘର ବାହୁଡା କାର୍ଯ୍ୟକ୍ରମ ରେ କେନ୍ଦ୍ର ପରିସର ରେ ଅନ୍ତେବାସୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିପୁଲସ ଫୋରମ୍ ର ୬ ଗୋଟି ଥଇଥାନ କେନ୍ଦ୍ର ୨୦୧୬ ମସିହା ରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠି ସହାୟତା ରୁ କାର୍ଯ୍ୟ କରି ଆସୁଅଛି। ବର୍ତ୍ତମାନ ମିଶନ ଆଶ୍ରା-୧ ରେ ୧୨୮ ଜଣ ମହିଳା ମାନସିକ ବିକାରଗ୍ରସ୍ତ ,ମିଶନ ଆଶ୍ରା-୨ ରେ ୯୬ ଜଣ ମହିଳା ମାନସିକ ବିକାରଗ୍ରସ୍ତ ,ମିଶନ ଆଶାଲୋକ-୧ ରେ ୧୩୪ ଜଣ ପୁରୁଷ ମାନସିକ ବିକାରଗ୍ରସ୍ତ, ଆଶାଲୋକ-୨ ରେ ୫୫ ଜଣ ପୁରୁଷ ମାନସିକ ବିକାରଗ୍ରସ୍ତ, ବୃଦ୍ଧା ଆଶ୍ରମ ( ଭରସା ) ୫୩ ଜଣ ବୃଦ୍ଧ ଓ ବୃଦ୍ଧା ଏବଂ ନିଶା ନିବାରଣ କେନ୍ଦ୍ର ରେ ୩୨ ଜଣ ନିଶା ଶକ୍ତ ବ୍ୟକ୍ତି ଏହି ପରି ମୋଟ ରେ ୪୯୮ ଜଣ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିବା ପାଇଁ ଅପେକ୍ଷା ରେ ଅଛନ୍ତି।
ଶେଷରେ ଏହି ଘର ବାହୁଡା କାର୍ଯ୍ୟକ୍ରମ ରେ କେନ୍ଦ୍ର ର କର୍ମଚାରୀ ଓ ଅନ୍ତେବାସୀ ଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଦେବା ଦେବୀ ଙ୍କ ପ୍ରତିମୂର୍ତ୍ତି ଉପହାର ସ୍ବରୂପ ଦେଇ ତାଙ୍କର ମଙ୍ଗଳମୟ ଭବିଷ୍ୟତ କାମନା କରିଥିଲେ।


