Type Here to Get Search Results !

ନାମାଙ୍କନ ଦାଖଲ କଲେ ବିଜେଡି, ନେଶନାଲ ପାର୍ଟି ଓ ଦୁଇ ସ୍ୱାଧୀନ ପ୍ରାର୍ଥୀ

 



ଝାରସୁଗୁଡା :-

ଆଜି ଝାରସୁଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବ୍ରଜରାଜନଗର ବିଜେଡି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଅଳକା ମହାନ୍ତି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିଜ ବିଜେଡି କର୍ମୀଙ୍କ ସହିତ ଶୋଭାଯାତ୍ରା ରେ ଆସି ଆଜି ଦିନ ୧୦ ଟା ସମୟରେ ଅଳକା ମହାନ୍ତି ନିଜ ପ୍ରାର୍ଥୀପତ୍ର ଦାଖଲ କରିବା ସହ ନିଜ ବିଜୟ ସୁନିଶ୍ଚିତ ଅଟେ କାରଣ ବ୍ରଜରାଜନଗର ବାସୀଙ୍କ ଭଲପାଇବା ତାଙ୍କ ସହ ରହିଛି ବୋଲି କହିଥିଲେ। ସେହିଭଳି ବ୍ରଜରାଜନଗର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ରୂପେ ଶ୍ରୀ ସୁପ୍ରିତ ବେହେରା ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

ଝାରସୁଗୁଡା ବିଧାନସଭା କ୍ଷେତ୍ରରୁ ଆଜି ଅନୁରୂପ ଭାବେ ସାଧନା ପାଣ୍ଡେ ସ୍ୱାଧୀନ ବିଧାୟିକା ପ୍ରାର୍ଥୀନୀ ରୂପେ ନିଜ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ନେଶନାଲ ଅପ୍ନା ପାର୍ଟି ରୁ ବିଧାୟକ ପ୍ରାର୍ଥୀ ରୂପେ କଳାକାର ନାଏକ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.