ଝାରସୁଗୁଡା :-
ଝାରସୁଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ର ଆୟୋଜନ କରାଯାଇଅଛି। ସହରର ଏକ ହୋଟେଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଝାରସୁଗୁଡ଼ା ବିଧାନ ସଭା ପ୍ରାର୍ଥୀନୀ ସୁଶ୍ରୀ ଦିପାଲି ଦାସ ଉପସ୍ଥିତ ଥିଲେ। ଗଣେଶ ସୁନାର ଙ୍କ ନେତୃତ୍ୱ ରେ ୱାର୍ଡ ନଂ ୯ ର ୧୫୦ ରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତା ବିଜେପି ଛାଡି ଆଜି ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁଶାସନ, ସ୍ବଚ୍ଛ ଛବି ଓ ମହିଳା ସଶକ୍ତି କରଣ ଐତିହାସିକ ପଦକ୍ଷେପ କୁ ରାଜ୍ୟ ତଥା ଦେଶର ପ୍ରତ୍ୟେକ ବର୍ଗ ଜାଣନ୍ତି। ଜିଲ୍ଲାରେ ବିଗତ ପ୍ରାୟ ୧୦ ବର୍ଷ ମଧ୍ୟରେ ହୋଇଥିବା ରୋଡ, ରାସ୍ତା, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ବିକାଶ କ୍ଷେତ୍ର ରେ ସ୍ୱର୍ଗୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ପ୍ରଚେଷ୍ଟା ବଡ ଉଦାହରଣ ଅଟେ। ଏଵଂ ସୁଶ୍ରୀ ଦିପାଲି ଦାସ ଙ୍କ ହାତ ଗଣତି ମାତ୍ର କିଛି ମାସର ବିଧାୟିକା ରହିବା ସମୟରେ ହେଇଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟ କୁ ଅନୁସରଣ କରି ଆଜିର ମିଶ୍ରଣ ପର୍ବ ରେ ଶତାଧିକ ଶିକ୍ଷିତ ଯୁବକ ଯୁବତୀ ବିଜେଡି ରେ ଯୋଗ ଦେଇ ଦଳୀୟ ହାତମୁଠାକୁ ଟାଣ କରିବେ ବୋଲି କହିଛନ୍ତି।
ଯୋଗ ଦେଇ ଥିବା ସମସ୍ତଙ୍କୁ ସୁଶ୍ରୀ ଦିପାଲି ଦାସ ବିଜୁ ଜନତା ଦଳ ରେ ସ୍ଵାଗତ ଜଣେଇ ଆସନ୍ତା ସମୟରେ ଝାରସୁଗୁଡ଼ା ର ବିକାଶ ମୂଳକ କାର୍ଯ୍ୟ କୁ ଆଗେଇ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦଳ ର ପ୍ରତାପ ନନ୍ଦ, ପିଣ୍ଟୁ ପାଢ଼ୀ,ମଦନ ହାତୀ, ଚିରଞ୍ଜିବି ପତି, ଜ୍ୟୋତି ସୁନାର ପ୍ରଶାନ୍ତ ନନ୍ଦ ପ୍ରଭୃତି ଉପସ୍ଥିତ ଥିଲେ ।


