Type Here to Get Search Results !

୫୨୦ ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁଦ ଦୁର୍ଘଟଣା: ଘଟଣା ସ୍ଥଳରେ ୬ ମୃତ


ଚମ୍ପୁଆ : - 

ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ଗ୍ରାମ କଲେଜ ପାଖ ୫୨୦ ନମ୍ବର ଜାତୀୟ ରାଜପଥ ବାଇ ପାସ ଛକ ନିକଟରେ ଏକ ମର୍ମନ୍ତୁଦ କାର ଦୁର୍ଘଟନା ରେ ୬ ଜଣ ମୃତ୍ୟୁ ବରଣ କରିଛନ୍ତି। ରାତି ପ୍ରାୟ ୯ ଘଟିକା ସମୟରେ ଓଡି୦୨ଏୱାଇ ୭୮୬୦ ନମ୍ବର ବିଶିଷ୍ଟ ଏକ ମାରୁତି ବ୍ରିଜା କାର ଯୋଗେ ୫୨୦ ନମ୍ବର ରାଜପଥ ଦେଇ ଏକ ପରିବାର ଆସୁଥିବା ବେଳେ ରିମୁଳି କଲେଜ ବାଇପାସ ଛକ ନିକଟରେ ଦୁଇ ଟ୍ରକ ମଧ୍ୟ ରେ ଚିପି ହୋଇଯାଇ ଥିବା ଯୋଗୁଁ ୬ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଛି। ସୂଚନା ଅନୁସାରେ କାର ଟି ଆଗରେ ଥିବା ଟ୍ରକ କୁ ଧକ୍କା ଦେବା ପରେ ପଛରେ ଆସୁଥିବା ଟ୍ରକ କାର କୁ ଧକ୍କା ଦେଇଥିଲା। ଫଳରେ ଦୁଇ ଟ୍ରକ ମଧ୍ୟରେ ଚାପି ହୋଇ କାର ରେ ଡ୍ରାଇଭର ସମେତ ବସିଥିବା ୫ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। କାରଟି ବଡବିଲ ନିକଟ ଭୁସୁଗାଁ ରେ ତେଜରାତି ଦୋକାନ କରିଥିବା ହିରାଲାଲ ପଳେଇ ଙ୍କ ଜ୍ବାଇଁ ସଞ୍ଜୟ ମହାକୁଡ଼ଙ୍କର ବୋଲି ଜଣା ପଡିଛି। 



କାର ରେ ସଞ୍ଜୟ ମହାକୁଡଙ୍କ ସହିତ ତାଙ୍କ ୧୨ ବର୍ଷ ର ଝିଅ ପିହୁ ମହାକୁଡ, ତାଙ୍କ ସ୍ତ୍ରୀ ସନ୍ଧ୍ୟା ମହାକୁଡ, ଶାଳୀ ଲୁସି ପଲେଇ ,ଶାଶୁ ଫୁଲନ୍ତି ପଲେଇ ଓ ଡ୍ରାଇଭର ପ୍ରମୋଦ ପଲେଇ ଥିଲେ ବୋଲି ଜଣା ପଡିଛି। ଦୁର୍ଘଟଣା ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ର କର୍ମଚାରୀ ମନେ ଘଟଣା ସ୍ଥଳରେ ପହଞ୍ଚିବା ପରେ କଟର ଯୋଗେ କାର କୁ କାଟି ମୃତକ ମାନଙ୍କୁ କାର ରୁ ବାହାର କରିବା ପରେ ଚମ୍ପୁଆ ପୋଲିସ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଶବ ଗୁଡ଼ିକୁ ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ଦୁର୍ଘଟଣା ରିମୁଳି ବାଇପାସ ନିକଟରେ ହେଉଥିବା ବେଆଇନ ପାର୍କିଂ ଯୋଗୁଁ ହୋଇଥିବା ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଥିବା ବେଳେ ଏପରି ଏକ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳ ରେ ସମସ୍ତଙ୍କୁ ଦୁଃଖିତ କରି ଦେଇଛି। କେନ୍ଦୁଝର ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.