Type Here to Get Search Results !

ସନାତନଙ୍କ ଲୋକପ୍ରିୟତାରେ ବିରୋଧୀ ଆତଙ୍କିତ


ଷଡଯନ୍ତ୍ର କରି ଜୋତା ମାଳ ପିନ୍ଧାଇବା ଉଦ୍ୟମ 

ସମବେଦନା ଭୋଟ ଦେଇ ପାରେ ସନାତନଙ୍କୁ ବିଜୟ 

ଚମ୍ପୁଆ :- 

ଚମ୍ପୁଆ ନିର୍ବାଚନ ମଣ୍ଡଳୀ ରେ ସନାତନ ମହାକୁଡଙ୍କୁ ଜଣେ ଟାଣୁଆ ନେତା ଭାବରେ ସମସ୍ତେ ଜାଣନ୍ତି। ସନାତନ ମହାକୁଡ ତାଙ୍କର ଜଗତ ଜନନୀ ଟ୍ରଷ୍ଟ ଜରିଆ ରେ ଅନେକ ଲୋକ ହିତ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି। ସେ ତାଙ୍କର ଟ୍ରଷ୍ଟ ଜରିଆ ରେ ବିଭିନ୍ନ ରୋଗରେ ପଡି ନିଜର ଚିକିତ୍ସା କରି ପାରୁ ନଥିବା ଅନେକ ଗରିବ ରୋଗୀଙ୍କୁ କଟକ ଓ ଭୁବନେଶ୍ବର ରେ ଥିବା ବଡ ବଡ ଘରୋଇ ଡାକ୍ତରଖାନା ରେ ଚିକିତ୍ସିତ କରାଇ ସେମାନଙ୍କୁ ରୋଗ ମୁକ୍ତ କରି ପାରିଛନ୍ତି। ଯଦି କେହି ଗରିବ ଲୋକ ଟିଏ କୌଣସି କଷ୍ଟ ସାଧ୍ୟ ରୋଗରେ ପଡି ପଇସା ଅଭାବରୁ ନିଜର ଚିକିତ୍ସା କରି ନ ପାରି ସନାତନ ମହାକୁଡଙ୍କ ଦ୍ୱାରସ୍ଥ ହେଉଥିଲା ତେବେ ସନାତନ ମହାକୁଡ ସେ ରୋଗୀକୁ ବଡ ବଡ ଘରୋଇ ଡାକ୍ତରଖାନା ରେ ସମ୍ପୁର୍ଣ୍ଣ ରୋଗ ମୁକ୍ତ ହେବା ପର୍ଯ୍ୟନ୍ତ ଚିକିତ୍ସା କରାଉଥିଲେ । ଯେଉଁ ବ୍ୟକ୍ତି ମାନେ ସନାତନ ଙ୍କ ଦ୍ଵାରା ଉପକୃତ ହୋଇଛନ୍ତି ସେମାନେ ଏ ପର୍ଯ୍ୟନ୍ତ ସନାତନଙ୍କ ପ୍ରତି କୃତଜ୍ଞ ହୋଇ ରହିଛନ୍ତି। ସନାତନ ମହାକୁଡ଼ ତାଙ୍କ ଟ୍ରଷ୍ଟ ଜରିଆରେ ଗାଁ ଗାଁରେ କୀର୍ତ୍ତନ ମଣ୍ଡପ, ନଳ କୂପ ଖନନ, ପୁଷ୍କରିଣୀ ଖନନ ଆଦି ଅନେକ ଜନ ହିତକର କାର୍ଯ୍ୟ କରି ସାଧାରଣ ଜନତାଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ତେଣୁ ସନାତନ ମହାକୁଡ ୨୦୧୪ ନିର୍ବାଚନ ରେ ସ୍ଵାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ସୁଦ୍ଧା ତାଙ୍କର ଏହି ସବୁ ଜନହିତକର କାର୍ଯ୍ୟ ପାଇଁ ତାଙ୍କ ବିରୋଧୀଙ୍କ ଠାରୁ ବିପୁଳ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିଥିଲେ। ୨୦୧୪ ରେ ଚମ୍ପୁଆ ବିଧାନସଭା ରୁ ବିଧାୟକ ହେବା ପରେ ସେ ଚମ୍ପୁଆ କୁ ରେଳ ଲାଇନ ସଂଯୋଗ ସହିତ ରେଳ ଗାଡ଼ି ଚଳାଚଳ ଆରମ୍ଭ ପାଇଁ ବିଧାନ ସଭାରେ ଦାବି ଉପସ୍ଥାପନ କରିଥିଲେ। ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ବିଧାନ ସଭା ରେ ଦାବି ପ୍ରଦାନ କରିଥିଲେ। 

ଆଜି ଯେଉଁ କେନ୍ଦୁଝର ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ପାରିଛି ତାହା ମଧ୍ୟ ସନାତନ ମାହାକୁଡଙ୍କ ପ୍ରଚେଷ୍ଟା ଫଳରେ ସମ୍ଭବ ହୋଇ ପାରିଛି। ମିରିଗସିଙ୍ଗା ଠାରେ ସମଗ୍ର କେନ୍ଦୁଝର ଜିଲ୍ଲା କୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଇଥିବା ମେଗା ପାନୀୟ ଜଳ ପ୍ରୋଜେକ୍ଟ ଆରମ୍ଭ ଦିଗରେ ମଧ୍ୟ ସନାତନ ମହକୁଡଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ଚଳିତ ନିର୍ବାଚନ ରେ ସନାତନ ମହାକୁଡ଼ ବିଜେଡି ଦଳ ପକ୍ଷରୁ ଚମ୍ପୁଆ ବିଧାନସଭା ପ୍ରାର୍ଥୀ ହୋଇଥିବା ବେଳେ ସେ ଏକ ତରଫା ଭାବେ ନିର୍ବାଚନ ଜିତି ଯିବା ଆଶଙ୍କା କରି ବିରୋଧୀ ମନେ ତାଙ୍କ ଭାବମୂର୍ତ୍ତି କୁ କ୍ଷୁର୍ଣ୍ଣ କରିବାକୁ ବିଭିନ୍ନ ଚକ୍ରାନ୍ତ ଆରମ୍ଭ କରିଦେଇଛନ୍ତି। ଏହି ଉଦ୍ଦେଶ୍ୟ କ୍ରମେ ବିରୋଧୀ ମାନେ ସନାତନ ମହାକୁଡ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଥିବାର ସୁଯୋଗ ନେଇ ଲୋକ ଲଗାଇ କାମ ନ ହେବା ଆଳ ଦେଖାଇ ବିରୋଧ କରିବା ସହିତ ଅନ୍ଧାର ର ସୁଯୋଗ ନେଇ ଜୋତା ମାଳ ପିନ୍ଧାଇବାକୁ ଉଦ୍ୟମ କରିବା ପରି ହୀନ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ସନାତନଙ୍କୁ ଜୋତା ମାଳ ପିନ୍ଧାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଅନେକ ଖବର କାଗଜର ପୃଷ୍ଠା ମଣ୍ଡନ କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଏକ ଭାଇରଲ ଭିଡିଓ ରେ ସନାତନ ମହାକୁଡ ତାଙ୍କୁ ଜୋତା ମାଳ ପିନ୍ଧାଇବା ନେଇ ପ୍ରତିକ୍ରିୟା ରେ ତୁମ ଗାଁ କୁ ମୁଁ ଆସିଛି ତେଣୁ ମୋତେ ଏପରି ଅସମ୍ମାନ କରିବା ଉଚିତ ନୁହେଁ ବୋଲି କହୁଥିବା ଶୁଣା ଯାଇଥିଲା। ତେବେ ସନାତନ ମହାକୁଡ ବିରୋଧୀଙ୍କ ଏପରି ହୀନ ଉଦ୍ୟମ କୁ ଭ୍ରୁକ୍ଷେପ ନ କରି ସାଧାରଣ ଜନତାଙ୍କ ସ୍ନେହ ଶ୍ରଦ୍ଧା ସାଉଁଟିବାରେ ଲାଗିପଡିଛନ୍ତି।ତେବେ ରାଜନୀତିରେ ବିରୋଧୀ ଭାବରେ ବିରୋଧ କରିବା ଠିକ୍ କିନ୍ତୁ ରାଜନୈତିକ ପ୍ରତିଦ୍ବନ୍ଦୀଙ୍କୁ ଏପରି ଲୋକ ଲଗାଇ ଅପମାନିତ କରିବା ଆଦୌ ଉଚିତ ନୁହେଁ ବୋଲି ଜନ ସାଧାରଣ ରେ ଆଲୋଚନା ହେଉଥିବା ବେଳେ ସନାତନଙ୍କୁ ଜୋତା ମାଳ ପିନ୍ଧାଇବାକୁ ଉଦ୍ୟମ କରିବା ଘଟଣା ସାଧାରଣ ଲୋକଙ୍କ ମନରେ ଗଭୀର ରେଖାପାତ କରିବା ସହିତ ସନାତନ ମହାକୁଡଙ୍କ ପ୍ରତି ସମବେଦନା ସୃଷ୍ଟି କରିଥିବା ଦେଖା ଦେଉଛି। ଏହି ସମବେଦନା ଯଦି ଭୋଟ ରେ ପରିଣତ ହୋଇଯାଏ ତେବେ ସନାତନ ମହାକୁଡ ଏକ ତରଫା ଭାବେ ବିଜୟ ଲାଭ କରିଯାଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରିଛନ୍ତି।

କେନ୍ଦୁଝର ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.