ଲଇକେରା :-
ଝାରସୁଗୁଡା ଲଇକେରା ବ୍ଲକ ଅନ୍ତର୍ଗତ ତିଳେଇମାଲ ପଞ୍ଚାୟତ ରେ ଘଟିଛି ଲୋମ ହର୍ଷଣ କାରୀ ହତ୍ୟାକାଣ୍ଡ। ନିଜେ ଦେଇଥିବା ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ହତ୍ୟା କଲା ଦୁର୍ବୁତ୍ତ।
ଘଟଣା ଅନୁସାରେ ଲଇକେରା ଥାନା ଅନ୍ତର୍ଗତ ଗଞ୍ଜୁଡ଼ିହି ଗ୍ରାମରେ ଘଟିଛି ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ଚନ୍ଦ୍ର ଶେଖର ବଗାର, ପେସାରେ ଜଣେ ଡ୍ରାଇଭର । ସେ ଦେଇଥିବା ଧାର ଟଙ୍କା ମାଗିବା ପାଇଁ ଯାଇଥିଲେ ଗଞ୍ଜୁଡ଼ିହି ନିଜ ସ୍ତ୍ରୀ ଙ୍କୁ ନେଇ। ତେବେ ଧାର ନେଇଥିବା ବ୍ୟକ୍ତି ଜଣକ (ପରିଚୟ ମିଳି ପାରିନାହିଁ) ଟାଙ୍ଗିଆରେ ଚନ୍ଦ୍ରଶେଖର ଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛି। ଅନ୍ୟ ପକ୍ଷରେ ରକ୍ତ ଜୁଡୁବୁଡୁ ହୋଇ ଘଟଣା ସ୍ଥଳରେ ହିଁ ଚନ୍ଦ୍ରଶେଖର ଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଲଇକେରା ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି। ବ୍ୟୁରୋ ରିପୋର୍ଟ