Type Here to Get Search Results !

ବିଜେପିରେ ସାମିଲ ହେଲେ ଏଚ କଟାପାଲିର ସରପଞ୍ଚ ଦେବାର୍ଚନ ସେଠ


ଝାରସୁଗୁଡା :-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାର ସଂକଳ୍ପ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ନେତା, ମନ୍ତ୍ରୀ, ସାଂସଦ ଓ କାର୍ଯ୍ୟକର୍ତ୍ତା ମାନେ ବିଜେପି ଦଳରେ ସାମିଲ ହେଉଛନ୍ତି । ଏହି ପ୍ରରିପେକ୍ଷୀରେ ଆଜି ଝାରସୁଗୁଡା ସ୍ଥିତ ବିଟିଏମ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଟାପାଲି ସରପଞ୍ଚ ଦେବାର୍ଚନ ସେଠଙ୍କ ସହିତ ନରେଶ ପଟେଲ, ଫଣି ସେଠ, ଅକ୍ଷୟ ପ୍ରଧାନ, ଯୋଗେଶ ବଢେଇ, କିରନ ପଟେଲ ଓ ଶତାଧିକ କାର୍ଯ୍ୟକର୍ତ୍ତା ଝାରସୁଗୁଡା ବିଧାନସଭା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିଧାୟକ ଭାବରେ ଦେଖିବା ସହିତ ଝାରସୁଗୁଡାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେପିରେ ଯୋଗ ଦେଇଥିବା ସେଠ କହିଛନ୍ତି l ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ବିଜେପିର ଜିଲ୍ଲା ସଭାପତି ସୁନୀଲ ପଣ୍ଡା, ନେତାଜୀ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.