Type Here to Get Search Results !

ମେ' ୨ୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ



କଟକ :-

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଛି ବଡ଼ ଖବର । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷାଫଳ ମେ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ଉତ୍ତର ଖାତା ମୂଲ୍ୟାଙ୍କନ ତ୍ରୁଟି ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି।

ଚଳିତ ବର୍ଷ ତ୍ରୁଟି ଶୂନ୍ୟ ଫଳ ପ୍ରକାଶ ନେଇ ବୋର୍ଡ ଗୁରୁତ୍ବ ଦେଉଛି।ଏଥର ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ପରୀକ୍ଷା ଫଳ ପ୍ରକାଶ ପାଇବାର ଦିନକ ମଧ୍ୟରେ ଛାତ୍ରଛାତ୍ରୀ ବୋର୍ଡ ୱେବ୍‌ସାଇଟ୍‌ରୁ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ କରିବେ। ଏଥିଲାଗି ଆଡମିଟ୍‌ କାର୍ଡର ନକଲ ପ୍ରଦାନ କରିବାକୁ ପଡିବ। ଉକ୍ତ ଅନ୍‌ଲାଇନ୍‌ ପ୍ରମାଣପତ୍ର ସମସ୍ତ କ୍ଷେତ୍ରରେ ଗ୍ରହଣୀୟ ହେବ। ଯଦି କୌଣସି କାରଣରୁ ଅନ୍‌ଲାଇନ୍‌ ପ୍ରମାଣପତ୍ର ହଜିଯାଏ ତେବେ ପୁନଃ ଅନ୍‌ଲାଇନ୍‌ ଯୋଗେ ନକଲ ପ୍ରମାଣପତ୍ର ଲାଗି ୫୦୦ ଟଙ୍କା ଜମା କରିବାକୁ ପଡିବ।

ଫଳ ପ୍ରକାଶ ପାଇବାର ମାସକ ମଧ୍ୟରେ ପ୍ରଧାନ ଶିକ୍ଷକଙ୍କ ନିକଟରୁ ଛାତ୍ରଛାତ୍ରୀ ପ୍ରମାଣପତ୍ରର ପ୍ରିଣ୍ଟ କପି ପାଇପାରିବେ। ଅନ୍‌ଲାଇନ୍‌ ଯୋଗେ ପ୍ରମାଣପତ୍ର ପ୍ରଦାନ କରିବାକୁ ଥିବା ଘରୋଇ ସଂସ୍ଥା ସହ ଆଲୋଚନା ଜାରି ରଖିଛି। ଖୁବ୍‌ ଶୀଘ୍ର ପ୍ରମାଣପତ୍ର ଡାଟା ଅପ୍‌ଲୋଡ୍‌ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ନୂତନ ଭାବେ ଆରମ୍ଭ ହେବାକୁ ଥିବା ଅନ୍‌ଲାଇନ୍‌ ପ୍ରମାଣପତ୍ର ପ୍ରକିୟାକୁ ତ୍ରୁଟିମୁକ୍ତ ରଖିବା ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି। ଫେବୃଆରୀ ୨୦ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତଥର ୫ଲକ୍ଷ ୫୧ହଜାର ୬୧୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରଶ୍ନପତ୍ର ରଖିବାକୁ ୩୧୩ଟି ନୋଡାଲ ସେଣ୍ଟର ହୋଇଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.