ଲଇକେରା:
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକ ଅନ୍ତର୍ଗତ ସାହାସପୁର ଗ୍ରାମ ପଞ୍ଚାୟତ ର ବର୍ତ୍ତମାନର ସରପଞ୍ଚ ତଥା ଝାରସୁଗୁଡା ଜିଲ୍ଲା ନାରୀନେତ୍ରୀ ଶ୍ରୀମତୀ ସୁକାନ୍ତୀ ଜୟପୁରିଆ ବିଜୁ ଜନତାଦଳ ରୁ ଇସ୍ତଫା ଦେଇଛନ୍ତି । ଶ୍ରୀମତୀ ଜୟପୁରିଆ କହିଛନ୍ତି ତାଙ୍କୁ ବିଜେଡ଼ି ଦଳ ଅଣଦେଖା କରିଛି ଓ ମା କୁ ସମ୍ମାନ ଦେବା କଥା ସବୁ ମିଛ କହିଛି । ଝାରସୁଗୁଡା ଜିଲ୍ଲାରେ ଅନେକ ବିଜେଡି କର୍ମୀ ବିଜେଡି ଉପରେ ଆସ୍ଥା ହରାଉଥିବା ବେଳେ ବିଜେଡି ର ଆକ୍ରୋଶ ଶିକାର ମଧ୍ୟ ଅନେକେ ହେଉଥିବା କଥା କହିଛନ୍ତି ଶ୍ରୀମତୀ ଜୟପୁରିଆ। ତେବେ ଜଣେ ପ୍ରମୁଖ ନାରୀନେତ୍ରୀ ରୂପେ ଶ୍ରୀମତୀ ଜୟପୁରିଆ ବିଜେଡି ରେ ରହି ଆସୁଥିବା ବେଳେ ହଠାତ ଏଭଳି ଦଳ ତ୍ୟାଗ କରିବା ସହ ବିଜେଡିକୁ ତିରସ୍କାର କରିବା ବିଜେଡି ପାଇଁ ଶୁଭଙ୍କର ନଥିବା ଚର୍ଚ୍ଚା ଚାଲିଛି। ବ୍ୟୁରୋ ରିପୋର୍ଟ

